Cricket

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

ୱାଙ୍ଖଡେ : ୱାଙ୍ଖଡେ ଠାରେ ବିଶ୍ୱକପ କ୍ରିକେଟରେ ଚାଲିଛି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର । ଟସ ଜିତି ଆଫଗାନିସ୍ତାନ ବ୍ୟାଙ୍ଗ କରୁଥିବା ବେଳେ ଅଷ୍ଟେଲିଆ ବୋଲିଙ୍ଗ କରୁଛି । ଏହି ମ୍ୟାଚ୍କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ୭ଟି ମ୍ୟାଚ୍ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି। ପ୍ୟାଟ୍ କମିନ୍ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳ ୱାଙ୍ଖଡେରେ ଆଫଗାନିସ୍ତାନକୁ ପରାସ୍ତ କରିବାକୁ ଆଶା ରଖିଛି। ୱାଙ୍ଖଡେ ପିଚ୍ ବ୍ୟାଟସମ୍ୟାନଙ୍କୁ ସହାୟତା ଯୋଗାଇଥାଏ। ତେବେ ଯେଉଁ ବୋଲର ଏହି ପିଚ୍ରେ ବୋଲିଂ କରିବା କଳା ଜାଣିଛନ୍ତି ତାଙ୍କୁ ମଧ୍ୟ ଏହି ପିଚ୍ରୁ ଫାଇଦା ମିଳିଥାଏ। ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ଓ ବୋଲିଂ ବେଶ୍ ମଜଭୁତ ରହିଥିବାରୁ ଏହି ଦଳ ଆଫଗାନିସ୍ତାନକୁ ପରାସ୍ତ କରିବାକୁ ଆଶା ରଖିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳରେ ଭଲ ବ୍ୟାଟସମ୍ୟାନ୍ଙ୍କ ସହ ସ୍ପିନର ରହିଛନ୍ତି। ଅଷ୍ଟ୍ରେଲିଆର ଲେଗ୍ସ୍ପିନର ଆଦାମ ଜାମ୍ପା ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ୍ରୁ ୧୯ଟି ୱିକେଟ୍ ହାସଲ କରିଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

Related posts

ଆକାଶଦୀପଙ୍କ ବାହାଘରକୁ କାହିଁକି ଆସିଲେନି ବିରାଟ, ରୋହିତ, ଧୋନୀ..?

ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍: କ୍ୱିଓ୍ଵି ବିଜୟ ପାଇଁ ପ୍ରସ୍ତୁତ ବିରାଟ ବାହିନୀ

Odisha Sports Bureau

କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ନିକଟତର ରୋହିତ ଶର୍ମା

Odisha Sports Bureau