Cricket

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

ଭାରତ ନ୍ୟୁଜିଲାଣ୍ଡ ମ୍ୟାଚରେ ଅନେକ ରେକର୍ଡ ହୋଇଛି । କ୍ରିକେଟ ମଇଦାନ ଠାରୁ ଆରମ୍ଭ କରି ଡିଜିଟାଲ ୱାଲର୍ଡ ପଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅକେକ ରେକର୍ଡ ତିଆରି ହୋଇଛି । ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲରେ Disney+Hotstar ଭ୍ୟୁଅରସିପର ରେକର୍ଡ କରିଛି ।

ପ୍ରଥମେ ଭାରତ ବ୍ୟଟିଙ୍ଗ କରୁଥିବା ବେଳେ ହଟଷ୍ଟାର ଭ୍ୟୁଅର୍ସ ସଂଖ୍ୟା ୫.୧ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେହିପରି ଏହି ରେକର୍ଡ ଦ୍ୱିତୀୟ ଇନଂସରେ ଭାଙ୍ଗିଯାଇଥିଲା । ଡିସନୀ ପ୍ଲସ ହଟଷ୍ଟାରରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟି ପର୍ଯ୍ୟନ୍ତ ପହଞ୍ଚିଥିଲା ।
ମାଗଣାରେ ବ୍ରଡକାଷ୍ଟର ମଜା ସମସ୍ତ ପ୍ଲାଟଫର୍ମରେ ମିଳୁନାହିଁ ।

କେବଳ ମୋବାଇଲ ଆପରେ ମିଳୁଛି । Disney+Hotstar Mobile ଆପ୍‌ରେ ଆଇସିସି ବିଶ୍ୱକପ ୨୦୨୩ ମ୍ୟାଚକୁ ଫ୍ରିରେ ଦେଖିପାରିବେ । ଏହା ପୂର୍ବରୁ ଏହି ପ୍ଲାଟଫର୍ମରେ ଭ୍ୟୁଅର୍ସସିପ ସଂଖ୍ୟା ୪.୩ କୋଟି ରହିଥିଲା । ହେଲେ ସେମିଫାଇନାଲରେ ଏହି ରେକର୍ଡ ମଧ୍ୟ ଭାଙ୍ଗିଯାଇଥିଲା ।

ଏହା ପୂର୍ବରୁ କୌଣସି ଓଟିଟି ପ୍ଲାଟଫର୍ମରେ ସବୁଠୁ ଅଧିକ ଭ୍ୟୁଅର୍ସ ସଂଖ୍ୟା ଆଇପିଏଲ ସମୟରେ ରହିଥିଲେ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ସମୟରେ ୩.୨ କୋଟି ଭୁଅର୍ସ ରହିଥିଲା ।

Related posts

ଦକ୍ଷିଣ ଆଫ୍ରିକା ୨୪୩ ରନ୍‌‌ରେ ପରାସ୍ତ କଲା ଭାରତ

Odisha Sports Bureau

ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନଙ୍କୁ କରୋନା

Odisha Sports Bureau

ଏସିଆ କପ ଖେଳିବା ପାଇଁ ହାର୍ଦ୍ଦିକ ଦେବେ ଫିଟନେସ ଟେଷ୍ଟ

Odisha Sports Bureau