Cricket

ବିଶ୍ୱକପ ଜିତିଲେ ଟିମ୍ ଇଣ୍ଡିଆକୁ ମିଳିବ କେତେ ଟଙ୍କା?

ବ୍ୟୁରୋ:ଶେଷ ପର୍ଯ୍ୟାୟରେ ଦିନିକଆ ବିଶ୍ୱକପ୍ । ଆଉ ଗୋଟିଏ ପାଦ ଆଗକୁ ବଢାଇଲେ ବିଜୟ ଆଉ ପରାଜୟର ମିଳିବ ସ୍ୱାଦ । ଏହି ଗୋଟିଏ ପାଦ ହିଁ ନିର୍ଦ୍ଧାରିତ କରିବ କାହା ପାଦରେ ଫୁଟିବ କଣ୍ଟା କାହା ପାଦ ତଳେ ରହିବ ଫୁଲର ଆସରା । ଆସନ୍ତା କାଲି ଅହମ୍ମଦାବାଦରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳା ଯିବ । ଏହି ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ମୁହାଁ ମୁହିଁ ହେବେ । ଗୋଟିଏ ପଟେ ରୋହିତ ବାହୀନି ସମସ୍ତ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନକରି ଜିତ ହାସଲ କରିଥିବା ବେଳେ ଅନ୍ୟ ପଟେ ବହୁ ଘାତ ପ୍ରତିଘାତ ଦେଇ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଏହି ଫାଇନାଲ ମ୍ୟାଚ ରୋଚକ ହେବା ସହ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଚାଲିଛି । ତେବେ ବିଶ୍ୱକପ କଥା ଉଠିଲେ ସବୁବେଳେ ମନରେ ପ୍ରଶ୍ନ ଆସେ ବିଶ୍ୱକପର ପ୍ରାଇସ ମନି କେତେ ? ଚମକଦାର ଟ୍ରଫି ସହ ଚାମ୍ପିୟ ଦଳକୁ କେତେ ମିଳିବ ପ୍ରାଇସ ମନି? କେବଳ ଚାମ୍ପିୟନ ଦଳକୁ ମିଳେ ଫାଇନାଲରେ ହାରିଥିବା ଦଳକୁ ବି ମିଳେ ପ୍ରାଇସ ମନି? ଯଦି ମିଳେ ତେବେ କେତେ? ଭାରତ ଓ ଅଷ୍ର୍ଟ୍ରେଲିଆ ମଧ୍ୟରେ ଟକ୍କର ପରେ ଯେଉଁ ଦଳ ଜିତିବ ତାକୁ ଆଇସିସି ପୁରସ୍କାର ବାବଦକୁ ୪ ମିଲିୟନ ଡଲାର ପ୍ରଦାନ କରିବ । ଯାହାର ଭାରତୀୟ କରେନ୍ସିରେ ମୂଲ୍ୟ ପ୍ରାୟ ୩୩ କୋଟି ଟଙ୍କା । ସେହି ପରି ବିଶ୍ୱକପ ଫାଇନାଲରେ ପରାଜିତ ହୋଇ ରନର୍ସ ଅପ ହୋଇଥିବା ଟିମକୁ ମଧ୍ୟ ଆଇସିସି ପୁରସ୍କାର ପ୍ରଦାନ କରିଥାଏ । ରନର୍ସ ଅପ ଦଳକୁ ୧୭ କୋଟି ଟଙ୍କା ପ୍ରଦାନ କରାଯିବ । ସେହି ପରି ସେମି ଫାଇନାଲରେ ପରାଜିତ ୨ ଦଳ ୬ କୋଟି ୬୩ ଲକ୍ଷ୍ୟ ଟଙ୍କା ଲେଖାଏଁ ଆର୍ଥିକ ରାଶି ଅର୍ଜନ କରିବେ । ସେହିପରି ଗ୍ରୁପ ପର୍ଯ୍ୟାୟରୁ ଅଭିଯାନ ଶେଷ କରୁଥିବା ବାକି ୬ଟି ଯାକ ଦଳ ୮୨ ଲକ୍ଷ ୯୪ ହଜାର ଲକ୍ଷ ଟଙ୍କା ଅର୍ଥ ରାଶି ପାଇଥାନ୍ତି । ଏତଦ ବ୍ୟତୀତ ଗ୍ରୁପ ପର୍ଯ୍ୟାୟରେ ପ୍ରତି ମ୍ୟାଚରେ ବିଜୟ ପିଛା ୩୩ ଲକ୍ଷ ୧୭ ହଜାର ଟଙ୍କା ଲେଖାଏଁ ପ୍ରାଦନ କରାଯିବ । ଏହି କ୍ରମରେ ଭାରତ ସମସ୍ତ ମ୍ୟାଚ ଜିତିଥିବାରୁ ଭାରତର ପ୍ରାଇସ ମନି ଅଧିକ ହେବା ନେଇ ଚର୍ଚ୍ଚା ଲାଗି ରହିଛି ।

Related posts

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ

ଭାରତ-ନ୍ୟୁଜିଲାଣ୍ଡର ପ୍ରଥମ ଦିନ ଖେଳ ଶେଷ

Odisha Sports Bureau

ବିଶ୍ୱ କ୍ରିକେଟର ସବୁଠାରୁ ରାଗି ଖେଳାଳି

Odisha Sports Bureau

Leave a Comment