Cricket

ମୁମ୍ୱାଇକୁ ହରାଇ ଆଇପିଏଲ ଫାଇନାଲରେ ଗୁଜରାଟ

ମୁମ୍ୱାଇ:୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଏଥର ନିରାଶ ହେବାକୁ ପଡ଼ିଛି। ଗତ ସଂସ୍କରଣରେ ତଳେ ରହିଥିବା ମୁମ୍ବାଇ ଏଥର ତୃତୀୟ ସ୍ଥାନରେ ରହି ବିଦାୟ ନେଇଛି। ଶୁବମନ ଗିଲ୍‌ଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ‌ବଳରେ ମୁମ୍ବାଇ ସମ୍ମୁଖରେ ୨୩୪ ରନ୍‌ର ଲକ୍ଷ୍ୟ ଥିଲେ ବି ମୋହିତ ଶର୍ମାଙ୍କ ଘାତକ ବୋଲିଂ ଆଗରେ ରୋହିତ ଶର୍ମାଙ୍କ ଦଳ ୧୮.୨ ଓଭରରେ ୧୭୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଶତକୀୟ ପାଳି ପାଇଁ ଶୁବମନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହାଫଳରେ ଗୁଜରାଟ ଟାଇଟନ୍ସ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଏହି ଦଳ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ହେବାକୁ ଥିବା ଫାଇନାଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ।

Related posts

ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟଙ୍କୁ ମିଳିଲା ବିଶେଷ ସମ୍ମାନ; ଏମବିଇ ପୁରସ୍କାର ରେ ବଢ଼ିଗଲା ସମ୍ମାନ

ଯୁବରାଜଙ୍କ ଘରେ ରାଜକୁମାର

Odisha Sports Bureau

ବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟ

Odisha Sports Bureau