Cricket

ବିଶ୍ୱକପରେ ଭିଭିଆଇପିଙ୍କ ଭିଡ : ଅବତରଣ କରିବ ୧୦୦ ଜେଟ୍

ପର୍ବପର୍ବାଣୀ ଏବଂ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଯୋଗୁଁ ଅହମ୍ମଦାବାଦରେ ଅଭୂତପୂର୍ବ ଭିଡ଼ ଯୋଗୁଁ ଅହମ୍ମଦାବାଦ ପାଇଁ ବିମାନ ଭଡ଼ା ଏବଂ ହୋଟେଲ ଭଡ଼ା ଆକାଶଛୁଆଁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କ୍ରୀଡ଼ା ବିଶେଷଜ୍ଞ , ବ୍ୟବସାୟୀ, ବଲିଉଡ୍ ସେଲିବ୍ରିଟି ଏବଂ ମ୍ୟୁଜିସିଆନ୍ ସହରରେ ପହଞ୍ଚି ଫାଇନାଲ୍ ମ୍ୟାଚ୍ ଦେଖିବାର ସୂଚନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ ଦେଖିବା ପାଇଁ ରବିବାର ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ପଟେଲ ଶୁକ୍ରବାର ଗାନ୍ଧୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକ କରି ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚର ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି । ରବିବାର ଆଇସିସି ବିଶ୍ୱକପ୍ ୨୦୨୩ର ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲକୁ ଭାରତ, ଅଷ୍ଟ୍ରେଲିଆ ଏବଂ ସାରା ବିଶ୍ୱର କ୍ରିକେଟପ୍ରଶଂସକମାନେ ଦେଖୁଛନ୍ତି ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related posts

ବିଶାଳ ଟାର୍ଗେଟ ପଥରେ ନିଉଜିଲାଣ୍ଡ୍‌

Odisha Sports Bureau

ରବିନ୍‌ ଉଥପ୍ପାଙ୍କ ଅବସର ଘୋଷଣା

Odisha Sports Bureau

ଅଭିଜ୍ଞାନ କୁଣ୍ଡୁଙ୍କ ଅପରାଜିତ ଦ୍ୱିଶତକ,ମାଲେସିଆକୁ ୪୦୯ ରନ୍‌ର ଟାର୍ଗେଟ

Odisha Sports Bureau