Cricket

ବିସ୍ଫୋରକ ବ୍ୟାଟିଂ ବଳରେ କ୍ରିସ ଲିନଙ୍କ ରେକର୍ଡ

(ଓଡ଼ିଶା ସ୍ପୋର୍ଟ): ଆବୁଧାବିରେ ଟି୧୦ ଲିଗ୍ର ତୃତୀୟ ସଂସ୍କରଣ ଖେଳାଯାଉଛି। ଏହି ଲିଗ୍ରେ ଅଷ୍ଟ୍ରେଲିଆ ଓପନର କ୍ରିସ ଲିନ ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ଭଙ୍ଗ କରିଛନ୍ତି। କ୍ରିସ ଲିନ ମରାଠା ଆରବିୟାନ୍ସ ପାଇଁ ଖେଳୁଛନ୍ତି। ଟିମ୍ ଆବୁ ଧାବି ବିପକ୍ଷ ମ୍ୟାଚ୍ରେ ସେ ୩୦ ବଲରୁ ୯୧ ରନ୍ କରିଥିଲେ। ଏହା ଟି୧୦ ଫର୍ମାଟ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ରେକର୍ଡ ଇନିଂସରେ ୯ ଚୌକା ଓ ୭ ଛକା ସାମିଲ ଥିଲା। ସେ କେବଳ ବାଉଣ୍ଡ୍ରିରେ ୭୮ ରନ୍ କରିଥିଲେ। ଏଥିଯୋଗୁ ଆରବିୟାନ୍ସ ଦଳ ଧାର୍ୟ୍ୟ ୧୦ ଓଭରରେ ୨ ଉଇକେଟ ହରାଇ ୧୩୮ ରନ୍ କରିଥିଲା। ଜବାବରେ ଆବୁ ଧାବି ଦଳ ୩ ଉଇକେଟ ହରାଇ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମରାଠା ଆରବିୟାନ୍ସ ଦଳ ୨୪ ରନ୍ରେ ମ୍ୟାଚ୍ ଜିତି ନେଇଥିଲା। ଏଥିପୂର୍ବରୁ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସଙ୍କ ନାମରେ ଥିଲା।

Related posts

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍

ଏହି ଖେଳାଳୀଙ୍କ ଘରେ ଶୋକର ଛାୟା, ଆଉ ନାହାନ୍ତି ତାଙ୍କ ବଡ଼ ଭାଇ

Odisha Sports Bureau

ଟି-20 ବିଶ୍ବକପ୍ ପାଇଁ ଟିିମ୍ ଘୋଷଣା, ବାଦ ପଡିଲେ ଶୁଭମନ୍ ଗିଲ୍

Odisha Sports Bureau