Cricket

ଟେଷ୍ଟ ସିରିଜରୁ ନାଁ ଫେରାଇଲେ ଇଶାନ କିଶାନ : ବ୍ୟକ୍ତିଗତ କାରଣୁ ନିଷ୍ପତ୍ତି

ଭାରତୀୟ ଟିମ ଏବେ ସାଉଥ ଆଫ୍ରିକା ଦିନିକିଆ ମ୍ୟାଚ ଖେଳୁଛି । ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ଟିମ ଖେଳିବ । ହେଲେ ଟେଷ୍ଟ ସିରିଜ ପୂର୍ବରୁ ଟିମରୁ ବାଦ ପଢିଛନ୍ତି ଇଶନ କିଶନ । ଏପରି ସେ ବ୍ୟକ୍ତିଗତ କାରଣ ଯୋଗୁଁ କରିଥିବା ବିସିସିଆଇ କହିଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ପ୍ରଥମେ ଟି-୨୦ ସିରିଜ ୧-୧ରେ ଡ୍ର ରଖିବା ପରେ ଏବେ କେଏଲ ରାହୁଲଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ ଖେଳୁଛି । ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିନେଇଛି । ଆଉ ୨ଟି ଦିନିକିଆ ଖେଳିବା ପରେ ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟେଷ୍ଟ ସିରିଜ ଖେଳିବ । ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଷ୍ଟାର ଓ୍ଵିକେଟ କିପର ତଥା ବ୍ୟାଟର ଈଶାନ କିଶନ ଖେଳିବେ ନାହିଁ ବୋଲି କହିଛନ୍ତି ।

ଈଶାନ ଟେଷ୍ଟ ସିରିଜରୁ ନିଜ ନାମ ଫେରାଇ ନେଇଛନ୍ତି । ବିସିସିଆଇ ଏହାର ସୂଚନା ଦେଇଛି । ଆଉ ବିସିସିଆଇ ଈଶାନଙ୍କ ସ୍ଥାନ କେଏସ ଭରତଙ୍କୁ ଟିମରେ ସାମିଲ କରିଛି । ଈଶାନ ବ୍ୟକ୍ତିଗତ କାରଣ ଯୋଗୁଁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ୨୬ ଡିସେମ୍ବରରୁ ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଆନରେ ଖେଳାଯିବ, ସେହିପରି ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀରେ କେପଟାଉନରେ ଖେଳାଯିବ ।

Related posts

ମହିଳା କ୍ରିକେଟରଙ୍କୁ ଉପହାର, ଦରମା ଦୁଇଗୁଣା ବଢାଇଲା ବିସିସିଆଇ

Odisha Sports Bureau

ଡ୍ର ଫାଇନାଲ୍‌ରେ ଜମ୍ମୁ କାଶ୍ମୀର ଚାମ୍ପିଅନ୍‌, କର୍ଣ୍ଣାଟକର ସ୍ୱପ୍ନ ଭାଙ୍ଗିଲା

Odisha Sports Bureau

ଶ୍ରୀଲଙ୍କାଠାରୁ ପରାଜୟ ପରେ ସର୍ଫରସଙ୍କ ଅଧିନାୟକତ୍ୱ ଆଉଟ

Odisha Sports Bureau