Cricket

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

(ଓଡିଶା ସ୍ପୋର୍ଟ): ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପୋର୍ଟ ଅଫ ସ୍ପେନରେ ସଂଧ୍ୟା ୭ଟାରେ ଏହି ମ୍ୟାଚ ମଜା ଉଠାଇପାରିବେ ଦର୍ଶକ । ପ୍ରଥମ ଦିନିକିଆରେ ବର୍ଷା ସାଜିଥିଲା ବାଧକ । କିନ୍ତୁ ଆଜିର ମ୍ୟାଚରେ ଉଭୟ ଦଳ ବିଜୟୀ ହେବା ସହ ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ଦିନିକିଆ ସିରିଜ ପାଇଁ ଉଭୟ ଦଳ ନିଜର ଅନୁଭବୀ ଖେଳାଲିଙ୍କ ସହ ମ୍ୟାଚ ଖେଳୁଛନ୍ତି । ଫଳରେ ଫ୍ୟାନମାନଙ୍କୁ ଆଜି ଏକ ଭଲ ମୁକାବିଲା ଦେଖିବାକୁ ମିଳିବ । ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଓ ଯୁବ ବ୍ୟାଟ୍ସମ୍ୟାନ୍ ସାଇ ହୋପ୍ ଫେରିଥିବାରୁ ବ୍ୟାଟିଂ ଲାଇନ୍ ସୁଦୃଢ ହେବ । ଗେଲ୍ ଆଜି କ୍ୟାରିୟରର ୩ ଶହ ତମ ଦିନିକିଆ ଖେଳିବେ । ପ୍ରଥମ ମ୍ୟାଚରେ ମାତ୍ର ୧୩ ଓଭର ଖେଳାଯାଇଥିଲା । ଏହା ଭିତରେ ଏଭିନ୍ ଲୁଇସ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୩୬ଟି ବଲରୁ ସେ ଅପରାଜିତ ୪୦ ରନ୍ କରିଥିଲେ । ଏହା ଭିତରେ ଥିଲା ୩ଟି ଛକ୍କା । ଆଜି ମଧ୍ୟ ତାଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିପାରେ । ସେହିପରି ଭାରତୀୟ ଦଳରେ କିଛି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । ଶିଖର ଧଓ୍ଵନ, ରୋହିତ୍ ଶର୍ମା ଓ ବିରାଟ କୋହଲୀଙ୍କ ବ୍ୟାଟିଂ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ ।

Related posts

ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିଁ କୌଣସି ଆଇପିଏଲ ମ୍ୟାଚ

Odisha Sports Bureau

ଆଜି ମ୍ୟାଚରେ ପ୍ରଥମକୁ ଭେଟିବ ଦ୍ୱିତୀୟ

Odisha Sports Bureau

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି

Odisha Sports Bureau