Cricket

ପୁଅ କ୍ରିକେଟ ତାରକା, ହେଲେ ବାପା ଉଠାଉଛନ୍ତି ସିଲିଣ୍ଡର

ବ୍ୟରୋ : ଯଦି କେଉଁ ଖେଳାଳି ଭାରତିୟ କ୍ରିକେଟ ଟିମରେ ନିଜ ସ୍ଥାନ ବନେଇନିଏ ତେବେ ତାଙ୍କୁ ସବୁ କ୍ରିକେଟର ଏକ ତାରକା ମାନିବାରେ ଲାଗନ୍ତି । ସେମାନଙ୍କ ଉପରେ ଟଙ୍କାର ବର୍ଷା ହେବାର ଲାଗେ । ଅନେକ ବିଜ୍ଞାପନ ମିଳିବାକୁ ଲାଗେ । ଭାରତୀୟ ଦଳର ଏମିତି ଏକ ଖେଳାଲି ଯିଏ IPL-୨୦୨୩ ରେ ଧମାଲ କରିବା ପରେ ଭାରତୀୟ କ୍ରକେଟ ଦଳରେ ଚୟନ ହେଇଛନ୍ତି ଏହା ପରେବି ତାଙ୍କ ବାପା ସିଲିଣ୍ଡର ଉଠେଇବା କାମ କରନ୍ତି ।

IPL -୨୦୨୩ ରେ କୋଲକାତା ନାଇଟରାଇଡର୍ସଙ୍କ ପାଇଁ ଖେଳି ଶେଷ ଓଭରରେ ଲଗାତାର ୫ ଛକା ମାରି କ୍ରକେଟ ପ୍ରେମୀଙ୍କ ପାଇଁ ହୃଦୟ ଜିତିଥବା ରିଙ୍କୁ ସିଂଙ୍କୁ IPLରେ ଭଲ କରିଥିବାର ପ୍ରସଂସା ମିଳିଥିଲା ।ରାତାରାତି ହିରୋ ବନିଥିବା ରାଙ୍କୁ ସିଂ ଙ୍କୁ ଏସୟାନ ଗେମ୍ସ ପାଇଁ ଭାରତୀୟ ଟିମରେ ସ୍ଥାନ ।

ରିଙ୍କୁ IPL ଏବଂ ଏହିପରି କିଛି ଫାଷ୍ଟକ୍ଲାସ ମ୍ୟାଚ ଖେଳି ଏକ ନୂଆ ଘର ବନେଇଛନ୍ତି ଯେଉଁଥିରେ ତାଙ୍କ ସହ ତାଙ୍କ ପୁରା ପରିବାର ରୁହନ୍ତି । ରିଙ୍କୁ ବର୍ତ୍ତମାନ ଏକ ଇଣ୍ଟରଭ୍ୟୁ ଜରିଆରେ କହିଛନ୍ତି ତାଙ୍କ ଏବେବି ସିଲିଣ୍ଡର ଉଠାନ୍ତି । ସେ ରିଙ୍କୁଙ୍କ କଥା ମାନନ୍ତି ନାହିଁ । ରିଙ୍କୁ କହିଛନ୍ତି, ସେ ବାପାଙ୍କୁ ଆରମ କରିବା ପାଇଁ କହିଛନ୍ତି କିନ୍ତୁ ସେ ତାଙ୍କ କଥା ନ ମାନି ଏବେ ବି ସିଲିଣ୍ଡର ଦେବା ପାଇଁ ଯାନ୍ତି । ତାଙ୍କୁ ଏବେବି କାମ କରିବାରେ ବହୁତ ଭଲଲାଗେ । ଯଦି କିଏ ନିଜ ଜିବନକାଳରେ କେବଳ କାମ କରିଥାଏ ତେବେ ତାଙ୍କୁ ଆରାମ କରିବା ଭଲଲାଗିନଥାଏ । କର୍ମକୁ ହିଁ ନିଜ ଜିବନର ସବୁକିଛି ମାନି ନୟନ୍ତି ।

Related posts

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

Odisha Sports Bureau

ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ

Odisha Sports Bureau