Cricket

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

ଚେନ୍ନାଇ : ଶକ୍ତିଶାଳୀ ହେଲା ଚେନ୍ନାଇ ସୁପର କିଙ୍ଗସ୍ ।ଦଳରେ ମିଶିଲେ ନୂଆ ଦ୍ରୁତ ବୋଲର । ଡେଭନ୍ କନୱେଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରିଚାର୍ଡ ଗ୍ଲିସନ୍ ।ଆଜି ଚେନ୍ନାଇ ସୁପର କିଙ୍ଗସରେ ଏହି ପରିବର୍ତ୍ତନ ହେଇଛି ।
ସୂଚନା ଅନୁଯାୟୀ, ଆହତ ହେଇ ଦଳଠୁ ଦୂରରେ ଥିବା ଡେଭନ୍ କନୱେଙ୍କ ସ୍ଥାନରେ ଦଳ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନଙ୍କୁ ଦଳରେ ସାମିଲ କରିଛି । ରଚିନ୍ ବର୍ତ୍ତମାନ କନୱେଙ୍କ ସ୍ଥାନରେ ଦଳ ପାଇଁ ଓପନିଂ କରୁଛନ୍ତି । ତେବେ ଚେନ୍ନାଇ ଏବେ କନୱେଙ୍କ ରିପ୍ଲେସମେଣ୍ଟରେ ରିଚାର୍ଡଙ୍କୁ ଦଳରେ ସାମିଲ କରିଛି । ୩୬ ବର୍ଷୀୟ ଏହି ଖେଳାଳି ବର୍ତ୍ତମାନ ସୁଦ୍ଧା ୯୦ଟି ଟି୨୦ ମ୍ୟାଚ୍ ଖେଳି ୧୦୧ ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ତରଫରୁ ସେ କେବଳ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ୬ଟି ମ୍ୟାଚରେ ସେ ୯ଟି ସଫଳତା ପାଇଛନ୍ତି । ଶେଷ ଥର ପାଇଁ ସେ ୨୦୨୨ରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ ।

Related posts

‘ସମ୍ଭାଳିକି ଜାଣିଛ ତ ବଗିଚାରେ ବୁଲିଲେ କ’ଣ ହେବ? କାହିଁକି ଯଶସ୍ୱୀଙ୍କୁ ଏମିତି କହିଲେ ସୂର୍ଯ୍ୟକୁମାର ଯାଦବ

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau

ଘରୋଇ ପିଚରେ ଚେନ୍ନାଇକୁ ରୋକିଲା କୋଲକାତା

Leave a Comment