Cricket

୨୦୨୪ ଟି- ୨୦ ବିଶ୍ୱକପ୍ , ଖୁବଶୀଘ୍ର କ୍ରୀଡା ସୂଚୀ ଘୋଷଣା

ମୁମ୍ବାଇ : ଶେଷ ହେବ ଅପେକ୍ଷା । ଖୁବଶୀଘ୍ର ଘୋଷଣା ହେବ ୨୦୨୪ ଟି-୨୦ ବିଶ୍ୱକପ୍‌ର କ୍ରୀଡାସୂଚୀ । ଆଇସିସି ଏବଂ ହୋଷ୍ଟ ଦେଶ ପକ୍ଷରୁ ଆସନ୍ତା ସପ୍ତାହ ମଧ୍ୟରେ ଘୋଷଣା କରାଯାଇପାରେ କ୍ରୀଡା ସୂଚୀ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଖବର ଅନୁଯାୟୀ, ୨୦୨୪ରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍‌ । ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ୍‌ ଆୟୋଜନା ଲାଗି ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ ମିଳିଛି ଅଧିକାର । ଆଉ ଏଥିପାଇଁ ବି ଉଭୟ ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜୁନ୍‌ ୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁନ ୩୦ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍‌ କ୍ୱାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍‌ ଟି-୨୦ ବିଶ୍ୱକପ୍‌ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍‌ ମୁକାବିଲା । ତେବେ କାହା ସହିତ କେବେ ଖେଳାଯିବ ମ୍ୟାଚ୍‌ । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ଦିଆଯାଇନାହିଁ । ତେଣୁ ଆସନ୍ତା ସପ୍ତାହରେ ଆଗାମୀ ଟି-୨୦ ବିଶ୍ୱକପ୍‌ର ଖେଳସୂଚୀ ଘୋଷଣା କରାଯିବ ।

Related posts

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

Odisha Sports Bureau

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଆକାଶ ଦୀପ

Odisha Sports Bureau

ପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବ

Odisha Sports Bureau