Cricket

ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ; ଟି-୨୦ ବିଶ୍ୱ କପ୍ ବିଜୟୀ ହେବ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ-ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛ ସାରିଛି । ଏହି ମ୍ୟାଚରେ ଇଂଲଣ୍ଡ ଟଚ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ମଇଦାନକୁ ଓହ୍ଲାଇଛି । ଭାରତ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟ ରଖି ମଇଦାନକୁ ଓହ୍ଲାଇଥିବା ବେଳେ ଭାରତର ଅଗଣିତ କ୍ରିକେଟ ପ୍ରେମୀ ମଧ୍ୟ ଭାରତ ବିଜୟୀ ହେଉ ବୋଲି ପ୍ରାର୍ଥନା କରୁଛନ୍ତି ।

ଚଳିତ ଥର ଦକ୍ଷିଣ ଆଫ୍ରିକା ଦଳ ଚଳିତ ଟି-୨୦ ବିଶ୍ୱକପରୁ ବାଦ ପଡିଛି । ତେବେ ଦକ୍ଷିଣ ଆଫ୍ରିକା ଟିମ୍ ଟି-୨୦ ବିଶ୍ୱକପରୁ ବାଦ ପଡିବା ପରେ ସିଧାସଳଖ ଦଳର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ଭାରତକୁ ସମର୍ଥନ କରିଛନ୍ତି । ଡି ଭିଲିୟର୍ସ କହିଛନ୍ତି, ସେ ଭାରତର ସମର୍ଥନ କରିବେ, କାରଣ ତାଙ୍କ ଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛି।

ଭିଲିୟର୍ସ ଆହୁରି ମଧ୍ୟ କହିଛନ୍ତି, ଯେ ମୁଁ ବିରାଟ କୋହଲି, ରୋହିତ ଶର୍ମା ଏବଂ ପୂରା ଭାରତୀୟ ଦଳକୁ ଶୁଭକାମନା ଜଣାଉଛି। ମୋତେ ପୂରା ଭରସା ଯେ, ଭାରତୀୟ ଦଳ ବିଶ୍ଵ କପରେ ଆହୁରି ଆଗକୁ ଯିବ। ଦକ୍ଷିଣ ଆଫ୍ରିକା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ପରେ ମୁଁ ନିଶ୍ଚିତ ରୂପେ ଭାରତୀୟ ଦଳକୁ ସମର୍ଥନ କରୁଛି ଏବଂ ଚାହେଁ ଭାରତୀୟ ଦଳ ଟି-୨୦ ବିଶ୍ଵ କପ୍ ବିଜୟୀ ହେଉ ।

ଡିଭିଲିୟର୍ସ ଼କହିବା ମୁତାବକ, ଭାରତର ପୂରା ଦଳ ବହୁତ ପ୍ରତିଭାଶାଳୀ। ଏଥିପାଇଁ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଏକ ଦମଦାର ମ୍ୟାଚ୍ ହେବ ବୋଲି ଆଶା କରୁଛି। ମୋ ମତରେ ଭାରତ ପାଇଁ ଏହା ସବୁଠୁ ବଡ ପରୀକ୍ଷା। ଯଦି ଭାରତ ଏହି ମ୍ୟାଚଟି ଜିତିଯାଏ ,ତେବେ ବଶ୍ୱ କପ୍ ମଧ୍ୟ ଜିତିଯିବ ।

Related posts

ଆଇପିଏଲରେ ମୁମ୍ବାଇର ଲଜ୍ଜାଜନକ ପରାଜୟ

Odisha Sports Bureau

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

୨୦୨୬ ଫିଫା ବିଶ୍ୱକପ୍ ଫାଇନାଲରେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବେ ଡୋନାଲ୍ଡ ଟ୍ରମ୍ପ