Cricket

ଇଂଲଣ୍ଡ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଲା ଭାରତ

ବ୍ୟୁରୋ : ଇଂଲଣ୍ଡ ଆଗରେ ୧୬୯ରନର ଲକ୍ଷ୍ୟ ରଖିଲା ଭାରତ । ଆଡିଲେଡରେ ଚାଲିଛି ଭାରତ-ଇଂଲଣ୍ଡ ମ୍ୟାଚ | ତେବେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ରନ କରି ୬ ୱିକେଟ ହରାଇଛି । ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩୩ ବଲରୁ ୬୩ ରନ ସଂଗ୍ରହ କରିଛନ୍ତି । ସେହିଭଳି ବିରାଟ କୋହଲି ୪୦ ବଲରୁ ୫୦ ରନ ସଂଗ୍ରହ କରିଛନ୍ତି । ଅଧନାୟକ ରୋହିତ ଶର୍ମା ୨୭ ରନ, ସୂର୍ଯ୍ୟକୁମାର ଯାଦବ ୧୪ ରନ, ରାହୁଲ ୫, ରିଷଭ ପନ୍ତ ୬ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋଡାର୍ନ ୩ ୱିକେଟ ହାସଲ କରିଥିବା ବେଳେ ଆଦିଲ ରସିଦ ଏବଂ କ୍ରିସ ୱଗସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Related posts

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

Odisha Sports Bureau

ପଡ଼ିଆରେ କ୍ରିକେଟରଙ୍କ ମୃତ୍ୟୁ

Odisha Sports Bureau

ପୁଣି ଫେଲ ମାରିଲେ ଗିଲ୍ ଓ ସୂର୍ଯ୍ୟକୁମାର

Odisha Sports Bureau