Cricket

ରଣଜୀ କ୍ରିକେଟରେ ଚମତ୍କାର ଖେଳ ପଦର୍ଶନ କରି ନା କମେଇଲେ ଖେଳାଳି ।

ଚମକିଲେ ଆଉ ଜଣେ ଦ୍ରୁତ ବୋଲର । ଏଥର ଭାରତୀୟ ଦଳରେ ନିଜର ଚମକ ପଦର୍ଶନ କରିବାକୁ ହେଉଛନ୍ତି ପ୍ରସ୍ତୁତ ତେବେ ଜାମ୍ମୁ କାଶ୍ମୀରର ସୁନ୍ଦର ପାହାଡ଼ିଆ ଅଞ୍ଚଳରୁ ବାହାରି ଏବେ ଜଣେ ଯୁବ ଦ୍ରୁତ ବୋଲର ଭାରତୀୟ କ୍ରିକେଟରେ ନିଜର ଚମକ ଦେଖାଇବାକୁ ପ୍ରସ୍ତୁତ ହୋଇଛନ୍ତି । ତାଙ୍କ ନାଁ ହେଉଛି ଆକିବ ନବୀ । ଗତ ଦୁଇଟି ରଣଜୀ ସିଜିନରେ ନିଜର ଶାଣିତ ବୋଲିଂରେ ବ୍ୟାଟରମାନଙ୍କୁ ନାକେଦମ୍ କରିବା ପରେ ଶେଷରେ ତାଙ୍କୁ ଜାତୀୟ ଚୟନକର୍ତ୍ତାଙ୍କ ପକ୍ଷରୁ ଡାକରା ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ସେ ଦୁନିଆର ଅନ୍ୟତମ ଶ୍ରେଷ୍ଠ ବୋଲର ଜସପ୍ରୀତ ବୁମରାଙ୍କ ସ୍ଥାନ ନେବାକୁ ଯାଉଛନ୍ତି ।ଆକିବ ନବୀ ଜାମ୍ମୁ-କାଶ୍ମୀରର ବାରାମୁଲ୍ଲାର ବାସିନ୍ଦା ।

Auqib Nabi Profile - Cricket Player India | Stats, Records, Video

ଦେଶର ପ୍ରାୟ ପ୍ରତ୍ୟେକ କ୍ରିକେଟରଙ୍କ ଭଳି ତାଙ୍କ କାହାଣୀ ମଧ୍ୟ ଅନେକ ସଂଘର୍ଷରେ ପରିପୂର୍ଣ୍ଣ । ତାଙ୍କ ପିତା ଗୁଲାମ ନବୀ ଡାର୍ ପେଶାରେ ଜଣେ ଶିକ୍ଷକ ଏବଂ ସେ ଚାହୁଥିଲେ ଯେ ତାଙ୍କ ପୁଅ ଜଣେ ଡାକ୍ତର ହେଉ । କିନ୍ତୁ ଆକିବଙ୍କ ରକ୍ତରେ କ୍ରିକେଟର ନିଶା ଥିଲା । କୁହାଯାଏ ଯେ, ପାଠ ପଢ଼ିବା ପାଇଁ ତାଙ୍କୁ କୋଠରୀରେ ବନ୍ଦ କରିଦେଲେ ସେ ଝରକା ଦେଇ ବାହାରକୁ ଡେଇଁ ଖେଳିବାକୁ ପଳାଉଥିଲେ । ଆରମ୍ଭ ଦିନରେ ଭଲ ‘ସ୍ପାଇକ୍’ ଜୋତା ଏବଂ କ୍ରିକେଟ୍ ସାମଗ୍ରୀ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା, ଯେଉଁଥିପାଇଁ ତାଙ୍କୁ ସାଙ୍ଗମାନଙ୍କଠାରୁ ଜୋତା ଉଧାର ନେବାକୁ ପଡ଼ୁଥିଲା । ଶେଷରେ ପୁଅର ଜିଦ୍ ଆଗରେ ପିତା ହାର୍ ମାନିଲେ ଏବଂ ତାଙ୍କୁ ସମର୍ଥନ କଲେ । ନିଜର କଠିନ ପରିଶ୍ରମ ବଳରେ ସେ ଘରୋଇ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୨୦୨୦ ମସିହାରେ ସେ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ।

Aqib Nabi: The Thunderbolt from Jammu & Kashmir Who's Bowling

ଭାରତୀୟ ଦଳରେ ବୁମରାଙ୍କ ସ୍ଥାନ ପୂରଣ କରିବା ଏକ ବଡ଼ ଦାୟିତ୍ୱ। କିନ୍ତୁ ଆକିବଙ୍କ ପାଖରେ ଥିବା ଅସୀମ ଗତି ଏବଂ ସଠିକ ଲାଇନ୍-ଲେନ୍ଥ ତାଙ୍କୁ ଜଣେ ପ୍ରତିଭାଶାଳୀ ଖେଳାଳି ଭାବେ ଉଭା କରିଛି। କାଶ୍ମୀରର ଏହି ‘ସୁପରଷ୍ଟାର’ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

Related posts

ରାମ ସିୟା ରାମ ଗୀତରେ କେଶବଙ୍କ ଏଣ୍ଟ୍ରି, ଭିନ୍ନ ଅନ୍ଦାଜରେ ସ୍ୱାଗତ କଲେ ବିରାଟ

Odisha Sports Bureau

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ODI ସିରିଜ୍‌ରୁ ଆଉଟ୍ ଋଷଭ ପନ୍ତ

Odisha Sports Bureau

ଆଇପିଏଲ୍ରେ ଆଜି ମୁହାଁ ମୁହିଁ ହେବେ ବାଙ୍ଗାଲୋର-ରାଜସ୍ଥାନ ଓ କୋଲ୍କାତା-ଚେନ୍ନାଇ

Odisha Sports Bureau