Cricket

ଇଣ୍ଡିଆ- ଇଂଲଣ୍ଡ ଟକ୍କର: ପ୍ରଥମେ ବ୍ୟାଟିଂ କରିବା ଭାରତ

ଭୁବନେଶ୍ୱର : ଟି-୨୦ ବିଶ୍ୱକପ, ଭାରତ ଓ ଇଂଲଣ୍ଡ ମୁହାଁମୁହିଁ | ଟସ ଜିତି ଇଂଲଣ୍ଡର ଫିଲଡିଂ ନିଷ୍ପତି | ପ୍ରଥମେ ବ୍ୟାଟିଂ କରିବା ଭାରତ | ଅଡ଼ିଲେଡରେ ଭାରତ ଓ ଇଂଲଣ୍ଡର ହାଇଭୋଲ୍ଟେଜ ଟକ୍କର | ଫାଇନାଲ ମ୍ୟାଚ ପାଇଁ ଦୁଇ ଦଳ ସମ୍ନାସାମ୍ନି | ଆଜି ଯିଏ ଜିତିବ, ସିଏ ସୁପର ସଣ୍ଡେରେ ପାକିସ୍ତାନ ସହ ଫାଇନାଲ୍ ଖେଳିବ । କ୍ରିକେଟ୍ ପ୍ରେମୀ ଚାହୁଁଛନ୍ତି ଆଜିର ମ୍ୟାଚ୍ ଜିତି ପାକିସ୍ତାନ ସହ ହେଉ ଫାଇନାଲ୍ ମୁକାବିଲା । ଆଡିଲେଡର କେଉଁ ଟିମ୍ କାଟିବ ମେଲବୋର୍ଣ୍ଣ ପାଇଁ ଟିକେଟ୍, ତା ଉପରେ ସମସ୍ତଙ୍କ ନଜର ।

ସେମିଫାଇନାଲ୍‌ରେ ଇଣ୍ଡିଆ- ଇଂଲଣ୍ଡ ଟକ୍କର । ଆଡିଲେଡରେ ହେବ କ୍ଲାସିକ ଫାଇଟ । କିଏ ଖେଳିବ ପାକିସ୍ତାନ ସହ ଫାଇନାଲ ମ୍ୟାଚ୍‌ ? ସୁପର ସଣ୍ଡେରେ ଭାରତ ସହ ପାକିସ୍ତାନର ହେବ କି କ୍ଲାସ୍? ଆଡିଲେଡରେ ଟିମ୍‌ ଇଣ୍ଡିଆ ଦେଖାଇବ କି ଦମ୍ ? ହେବ କି ମହା ଲଢେଇ । ଇଂଲଣ୍ଡକୁ ପରାଜିତ କରି ପାକିସ୍ତାନ ସହ ମକାବିଲା କରିବ ତ ଟିମ ଇଣ୍ଡିଆ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆଜି ମିଳିବ ଆଡିଲେଡରେ । କାରଣ ସାମ୍ନା ସାମ୍ନି ହେବେ ରୋହିତ ଆଣ୍ଡ କୋ ଏବଂ ବଟଲର ବ୍ରିଗେଡ । ୨୦୧୬ ଅର୍ଥାତ ୬ ବର୍ଷ ପରେ ଭାରତ ସେମିଫାଇନାଲ ଖେଳିବ ।

ଚଳିତ ବିଶ୍ୱକପ୍‌ରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। କେବଳ ସେତିକି ନୁହେ ସେ ଏହା ମଧ୍ୟ କହିଛନ୍ତି ଆଡିଲେଡ୍‌ ପିଚ୍‌ ଟିକେ ଭାରତୀୟଙ୍କ ଲାଗି ଅଡୁଆ ସୃଷ୍ଟି କରିପାରେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ରୁତତମ ବୋଲର ଭାବେ ବିବେଚିତ ମାର୍କ ଉଡ୍‌ ଆହତ ହେବାରୁ ଏହି ମ୍ୟାଚ୍‌ ଖେଳୁ ନାହାନ୍ତି। ଫଳରେ ଭାରତୀୟ ବ୍ୟାଟର କିଛି ପରିମାଣରେ ଆଶ୍ୱସ୍ତ। ସାମ କୁରାନଙ୍କ କଟର, ଡେଭିଡ୍‌ ୱିଲି କିମ୍ବା କ୍ରିସ୍‌ ଓକ୍ସ କିମ୍ବା କ୍ରିସ୍‌ ଜୋର୍ଡାନ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବା ସମ୍ଭାବନା କମ୍‌।

ଗତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ୨-୧ରେ ଟି-୨୦ ସିରିଜ୍‌ ଜିତିଥିଲା। ଏହି ସିରିଜ୍‌ରେ ଭାରତର ବର୍ତ୍ତମାନ ମୁଖ୍ୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୧୭୧ ରନ୍‌ କରିଥିଲେ। ଶେଷ ମ୍ୟାଚ୍‌ରେ ସେ ଏକାକୀ ୫୫ ବଲ୍‌ରେ ୧୧୭ ରନ୍‌ କରି ଭାରତକୁ ବିଜୟର ନିକଟକୁ ନେଇଥିଲେ ମଧ୍ୟ ଜିତାଇ ପାରି ନଥିଲେ। ଏବେ ସେହି ସୂର୍ଯ୍ୟକୁମାର ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଅଛନ୍ତି। ୩୬୦ ଡିଗ୍ରିରେ ବ୍ୟାଟିଂ କରୁଛନ୍ତି। ଫର୍ମକୁ ଫେରିଥିବା ବିରାଟ କୋହଲି ଯଦି ତାଙ୍କୁ ସାଥ୍‌ ଦିଅନ୍ତି କିମ୍ବା ଉଭୟ ଖେଳାଳି ଏହି ମ୍ୟାଚ୍‌ରେ କ୍ଲିକ୍‌ କରନ୍ତି, ତେବେ ଇଂଲଣ୍ଡ ନିକଟରେ ଯେତେ ଟାଣୁଆ କିମ୍ବା କୁଶଳୀ ବୋଲର ଥିଲେ ମଧ୍ୟ ଏମାନଙ୍କୁ ଅଟକାଇବା କଷ୍ଟକର।

Related posts

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମହାମୁକାବିଲା

Odisha Sports Bureau

ଗୌତମ ଗମ୍ଭୀରଙ୍କ ପାଇଁ ବଢୁଛି ଅଡୁଆ । ଯାଇପାରେ ପଦ !

Odisha Sports Bureau