Cricket

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଦୁଇ ଥରର ବିଜେତା କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କେକେଆର୍ ଏବେ ସୁଦ୍ଧା ୭ ମ୍ୟାଚ୍ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଥିବା ବେଳେ ଆର୍ସିବି ୭ରୁ ୪ ଜିତି ପଞ୍ଚମରେ ରହିଛି। କେକେଆର୍ ପାଇଁ ବଡ଼ ଚିନ୍ତା କାରଣ ଦଳ ଗତ ୪ ମ୍ୟାଚ୍ରେ ପରାଜୟ ହୋଇଛି । ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା ଯୋଗୁଁ ଦଳ ବିଜୟ ହାସଲ କରିପାରୁନି। ଗତ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଦଳ ୨୩୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ୪୯ ରନ୍ ପଛରେ ପଡ଼ିଯାଇଥିଲା। ଅନ୍ୟପକ୍ଷରେ କେକେଆର୍ଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଆର୍ସିବି। ଚଳିତ ଆଇପିଏଲ୍ରେ ଏହି ଦଳ କେକେଆର୍ଠୁ ୮୧ ରନ୍ରେ ହାରିଥିଲା। ଗତ ମ୍ୟାଚ୍ରେ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୭ ରନ୍ରେ ହରାଇଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ଆର୍ସିବି। ସେହିଭଳି ଫାଫ୍ ଡୁ’ପ୍ଲେସିସ୍ଙ୍କ ଏହି ଦଳର କିଛି ଖେଳାଳି ଫର୍ମକୁ ଫେରିବାରୁ ଲଗାତାର ଦୁଇ ମ୍ୟାଚ୍ ଜିତି ଟେବୁଲର ଉପରକୁ ଉଠିପାରିଛି। ଅଧିନାୟକଙ୍କ ସହ ବିରାଟ କୋହଲି ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ମଧ୍ୟକ୍ରମରେ ଦୀନେଶ କାର୍ତ୍ତିକ, ମହିପାଲ ଲୋମଲୋର, ଶାହବାଜ ଅହମଦ ଓ ସୂୟାଶ ପ୍ରଭୂଦେଶାଇଙ୍କଠୁ ବଡ଼ ରନ୍ ଆଶାରେ ରହିଛି। ବୋଲିଂରେ ମହମ୍ମଦ ସିରାଜ ଭଲ ଫର୍ମରେ ରହିଛନ୍ତି। ଏହି ବାଇଗଣୀ ଟୋପିଧାରୀ ୭.୧୭ ଇକୋନୋମୀରେ ବୋଲିଂ କରୁଥିଲା ବେଳେ ଚଳିତ ଋତୁରେ ସର୍ବାଧିକ ଡଟ୍ ବଲ୍ ୮୬ ତାଙ୍କ ନାମରେ ରହିଛି। ସିରାଜଙ୍କୁ ୱେନ୍ ପାର୍ନେଲ ଓ ହର୍ଷଲ ପଟେଲ ମଧ୍ୟ ଭଲ ସହାୟତା ଦେଉଛନ୍ତି। ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।

Related posts

ଭାରତୀୟ ଟିମକୁ ଏବେ ମିଳିଛି ନୂଆ ବୋଲିଂ କୋଚ

Odisha Sports Bureau

ମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନ

Odisha Sports Bureau

ଆଇପିଏଲରେ ପୁଣି ଦମଦାର ଖେଳିଲେ ହାର୍ଦ୍ଦିକ: ପଏଣ୍ଟ ଟେବୁଲର ଟପକୁ ଉଠିଲା ଗୁଜୁରାଟ

Odisha Sports Bureau