Tennis

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

ବ୍ରିସବେନ; ଦୀର୍ଘ ୧ ବର୍ଷ ପରେ ସ୍ପେନ୍ ଟେନିସ୍ ଖେଳାଳି ରାଫଲେ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ।ବ୍ରିସ୍‌ବେନ୍ ଇଣ୍ଟରନାସ୍‌ନାଲ୍‌ର ପ୍ରଥମ ମ୍ୟାଚ୍‌ରେ ନିଜ ଉନ୍ନତ ଫର୍ମ ଜରିଆରେ ନାଦାଲ୍ ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍‌ଙ୍କୁ ଲଗାତାର ସେଟ୍‌ରେ ହରାଇ ଦେଇଛନ୍ତି ।୨୨ ଥରର ଗ୍ରାଣ୍ଡ୍‌ସ୍ଲାମ୍ ଚାମ୍ପିଅନ୍ ନାଦାଲ୍ ପୂର୍ବତନ ବିଶ୍ୱ ନଂ.୩ ଥିଏମ୍‌ଙ୍କ ବିପକ୍ଷରେ ୭-୫, ୬-୧ରେ ବିଜୟ ହାସଲ କରିଛନ୍ତି । ମ୍ୟାଚ୍‌ରେ ମାତ୍ର ୬ ଅନ୍‌ଫୋର୍ସଡ୍ ଏରର୍ କରି ଅନ୍ତିମ ୯ ଗେମ୍‌ରୁ ୮ଟି ଜିତିଥିଲେ । ୮୯ ମିନିଟ୍‌ରେ ମ୍ୟାଚ୍ ଜିତି ନାଦାଲ୍ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ହାସଲ କରିଛନ୍ତି । ପରବର୍ତ୍ତୀ ରାଉଣ୍ଡ୍‌ରେ ସେ ଅଷ୍ଟ୍ରେଲିଆର ଜେସନ୍ କୁବ୍‌ଲେର୍‌ଙ୍କୁ ଭେଟିବେ । ୩୭ ବର୍ଷୀୟ ନାଦାଲ୍ ଗତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଦ୍ୱିତୀୟ ରାଉଣ୍ଡ୍‌ରୁ ବିଦା ହେବାପରେ କୋର୍ଟରୁ ଦୂରେଇ ଯାଇଥିଲେ ।ମହିଳା ସିଙ୍ଗଲ୍ସରେ ୨୦୨୦ ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ସୋଫିଆ କେନିନ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ବିଶ୍ୱର ୧୧୩ ନମ୍ବର ଖେଳାଳି ଏରିନା ନୋଡିୟୋନୋଭା ତାଙ୍କୁ ୭-୫, ୭-୬ରେ ହରାଇଛନ୍ତି ।

Related posts

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau

ନାଡାଲଙ୍କ ନୂଆ ରେକର୍ଡ

Odisha Sports Bureau

ଅନ୍ତର୍ଜାତୀୟ କ୍ୟାରିୟରରୁ ବିଦାୟ ନେଲେ ମହାନ ଚାଇନାର ସଟଲର ଲିନ ଡାନ