Cricket

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜର ଶେଷ ମ୍ୟାଚ ସିଡନିରେ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚଟି ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣରଙ୍କ ଶେଷ ରେଡ ବଲ ମ୍ୟାଚ ବୋଲି କୁହାଯାଉଛି । ଏହି ମ୍ୟାଚ ପରେ ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିବ ନାହିଁ। ନିଜର ଏହି ଫେରୱେଲ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ଣ୍ଣରଙ୍କ ଏଣ୍ଟ୍ରି ଆକର୍ଷଣୀୟ ରହିଥିଲା। ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ପାଇଁ ପଡ଼ିଆକୁ ଆସିବା ସମୟରେ କ୍ରିକେଟର ଡେଭିଡ ୱାର୍ଣ୍ଣର ତାଙ୍କର ତିନିଝିଅଙ୍କ ସହିତ ଷ୍ଟାଡିୟମ ଭିତରକୁ ଓହ୍ଲାଇଥିଲେ। ଏଦୃଶ୍ୟ ଦେଖି ଦର୍ଶକ ଓ କ୍ରିକେଟର ଖୁସି ହେବା ସହିତ ସେମାନଙ୍କ କରତାଳିରେ ଷ୍ଟାଡିୟମ କମ୍ପି ଉଠିଥିଲା। ୨୦୦୯ ଜାନୁଆରି ୧୧ ତାରିଖରେ ଡେଭିଡ ୱାର୍ଣ୍ଣର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିଥିଲା। ଡେଭିଡ ତାଙ୍କ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ ଦେଖାଇ ୪୩ବଲରେ ୮୯ ରନ କରିଥିଲେ। ଏହାପରେ ୧୪ବର୍ଷ ଭିତରେ ଡେଭିଡ ଟି-୨୦ରୁ ନେଇ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଦର୍ଶକଙ୍କୁ ଖୁସି କରାଇ ଦେଇଥିଲେ।

Related posts

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

Odisha Sports Bureau

ହିନ୍ଦୀରେ ଟ୍ୱିଟ କରି ଫ୍ୟାନଙ୍କ ଦୃଦୟ ଜିତିଲେ କେଭିନ ପିଟରସେନ

Odisha Sports Bureau

୮ ଓ୍ୱିକେଟରେ ଜିତିନେଇଛି ନ୍ୟୁଜିଲାଣ୍ଡ ଟିମ

Odisha Sports Bureau