Cricket

ପୁଣି ବାପା ହେଲେ ବିରାଟ କୋହଲି, ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା

ପୁଣି ବାପା ହେଲେ ବିରାଟ କୋହଲି । ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା । ଉ ଇନ୍‌ଷ୍ଟାଗ୍ରାମରେ ବିରାଟ ଓ ଅନୁଷ୍କା ମିଳିତ ଭାବେ ଏହି ସୂଚନା ଦେଇଛନ୍ତି। ଏହି ଖବର ପରେ ଦମ୍ପତ୍ତିକୁ ଚାରି ଆଡୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ସେମାନଙ୍କର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି। ପୁତ୍ର ସନ୍ତାନର ନାଁ ଅକାୟ ନାମକରଣ କରାଯାଇଛି।

ବିରାଟ କୋହଲି ଲେଖିଛନ୍ତି, ଆମେ ଭାମିକାଙ୍କ ଛୋଟ ଭାଇ ଅକାୟଙ୍କୁ ସ୍ଵାଗତ କରୁଛୁ। ଆମେ ନିଜ ଜୀବନର ଏହି ସୁନ୍ଦର ମୁହୂର୍ତ୍ତରେ ଆପଣ ମାନଙ୍କ ଆଶୀର୍ବାଦ କାମନା କରୁଛୁ। ଏଥିସହ ଅନୁରୋଧ କରୁଛୁ ଯେ, ଆମର ବ୍ୟକ୍ତିଗତ ଜୀବନକୁ ମଧ୍ୟ  ଆପଣମାନେ ସମ୍ମାନ ଦିଅନ୍ତୁ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବିରାଟ କୋହଲିଙ୍କ ପୋଷ୍ଟ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି।

ବିରାଟ କୋହଲି ଓ ଅନୁଷ୍କା ଗତ ଅନେକ ମାସରେ ଦ୍ଵିତୀୟ ସନ୍ତାନ ଜନ୍ମକୁ ନେଇ ଚର୍ଚ୍ଚାରେ ଥିଲେ। ଏହି କାରଣରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଓହରି ଯାଇଥିଲେ। ଆଉ ଫେବୃଆରୀ ୧୫ରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି। କିଛି ଦିନ ପୂର୍ବେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ଏକ ସାକ୍ଷାତକାରରେ  କୋହଲି ଦ୍ଵିତୀୟ  ସନ୍ତାନର ପିତା ହେବାକୁ ଯାଉଥିବା କହିଥିଲେ। ଏହା ପରେ ଅନୁଷ୍କା ଗର୍ଭବତୀ ଥିବା ନେଇ ଲାଗି ରହିଥିବା ଗୁଜବ ଉପରେ ବିରାମ ଲାଗିଥିଲା। ସୂଚନାଯୋଗ୍ୟ, ଉଭୟଙ୍କ ଏକ ଝିଅ ରହିଛି, ଯାହାଙ୍କ ନାଁ ଭାମିକା। ଝିଅର ଜନ୍ମ ୨୦୨୧ରେ ହୋଇଥିଲା।

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ୨୦୧୭ ଡିସେମ୍ବର ୧୧ ତାରିଖରେ ହୋଇଥିଲା। ବିବାହର ତିନି ବର୍ଷ ପରେ ୨୦୨୧ ଜାନୁଆରୀ ୧୧ରେ ଦମ୍ପତିଙ୍କ ଘରକୁ ଏକ କନ୍ୟା ସନ୍ତାନର ଆଗମନ ଘଟିଥିଲା। କନ୍ୟାର ନାଁ ଭାମିକା ରଖାଯାଇଥିଲା। ଏବେ ଉଭୟ ଏକ ପୁତ୍ର ସନ୍ତାନର ଅଭିବାବକ ହୋଇଛନ୍ତି।

Related posts

ବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁ

କୋହଲିଙ୍କ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟେକୁ ୧୧.୪୫ କୋଟି ଟଙ୍କା

Odisha Sports Bureau

୯ ରାଜ୍ୟର ଖେଳାଳି ଆଇପିଏଲରେ କଲେ ପଞ୍ଜିକରଣ

Odisha Sports Bureau