Cricket

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, କଟକ ଯାଇ ସମୀକ୍ଷା କଲେ 5T ଅଧ୍ୟକ୍ଷ

କଟକ : ବାରବାଟୀ ଷ୍ଟାଡିୟମର ହେବ ନବୀକରଣ ରାଜ୍ୟ ସରକାରଙ୍କ ଯୋଜନା | ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ କରିବେ ଘୋଷଣା | ଏହା ପୂର୍ବରୁ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ I ବାରବାଟୀକୁ ବିଶ୍ୱ ସ୍ତରୀୟ ଷ୍ଟାଡିୟମ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ପପୁଲସ ଆର୍କିଟେକ୍ସ ନାମକ ସଂସ୍ଥା ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏଥିରେ ବାରବାଟୀ ଷ୍ଟାଡିଅମର ନବକଳେବର ହେବା ସହ ଦର୍ଶକ ସଂଖ୍ୟା ୩୦ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ରହିଛି । ଏସବୁ କାର୍ଯ୍ୟକାରୀ ହେବା ପୂର୍ବରୁ ବୁଧବାର ସକାଳୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିଛନ୍ତି ।

ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମରେ ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟ କୁ ତର୍ଜମା କରିଛନ୍ତି 5T ଅଧ୍ୟକ୍ଷ । ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମ ନବକଳେବର ପ୍ରକଳ୍ପ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ ହେବାର ଅଛି ।

 

ମୁଖ୍ୟମନ୍ତ୍ରୀ ବାରବାଟୀ ନୂଆ ଲୁକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିସିସିଆଇ, ରାଜ୍ୟ ସରକାର ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳ ରେ ହେବ ପୁନଃ ନିର୍ମାଣ କାର୍ଯ୍ୟ । ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ନବକଳେବର ଲାଗି ରାଜ୍ୟ ସରକାର ଓ ଓସିଏ ର ମିଳିତ ଉଦ୍ୟମରେ ହେବ ଖର୍ଚ୍ଚ ।

Related posts

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

Odisha Sports Bureau

ଏସିଆ କପ୍ ୨୦୨୨

Odisha Sports Bureau

ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ

Leave a Comment