Hockey

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର : ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯିବ I

ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚାମ୍ପିୟନଶିପ୍ ଟ୍ରଫି ଏବଂ ଝାଡ଼ଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ ଚାମ୍ପିୟନଶିପ୍ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରୁଥିବା ବେଳେ ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କାଙ୍କୁ ଯଥାକ୍ରମେ ୩,୭୫,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହେଉଛି ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଏକ ମହାଦେଶୀୟ ପ୍ରତିଯୋଗିତା ।

ଓମାନର ମସ୍କଟଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ୫ଏସ୍ ମହିଳା ବିଶ୍ବକପ୍ ୨୦୨୪ର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଥିବା ମାରିଆନା କୁଜୁର, ଜ୍ୟୋତି ଛତ୍ରୀ ଓ ଅଜମିନା କୁଜୁରଙ୍କୁ ୧୨,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଫଆଇଏଚ୍ ହକି ବିଶ୍ୱକପ୍ ପ୍ରତି ଚାରି ବର୍ଷରେ ଆୟୋଜନ କରାଯାଏ ।

Related posts

ବିଜୟ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ହକି ଦଳ

Odisha Sports Bureau

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau

Leave a Comment