Cricket

ଗିଚା ମଞ୍ଜାରୀକୁ ହରାଇ ବିଜୟ ହସଲ କଲା ବାରି

ସେମିଳିଗୁଡା / ଦଶରଥ ମାଛ :ଗିର୍ଲିମାଳି ପର୍ବତରେ ଉଦଯାପିତ ହୋଇଯାଇଛି କ୍ରିକେଟ ଟୁର୍ନାମେଣ୍ଟ । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରୀ ଗ୍ରାମ ପଂଚାୟତ ଫୁଲବନ୍ଧ ଗ୍ରାମରେ ଗିର୍ଲିମାଳୀ କ୍ରିକେଟ ଟୁର୍ନାମେଣ୍ଟ ଯୁବକ ସଙ୍ଘ ତରଫରୁ ଉଦଯାପିତ ହୋଇଯାଇଛି । ଏଥିରେ ଯୁବ ସମାଜସେବୀ ଜୟରାମ ପୂଜାରୀ ମୁଖ୍ୟ ଅଥିତି ଭାବେ ଯୋଗଦେଇ ଥିବା ବେଳେ ସମାଜ ସେବୀ ତଥା ଯୁବନେତା ସୁନାମ ହନ୍ତାଳ ସଂମାନିତ ଏଥିତି ଭାବେ ଯୋଗଦେଇ । ହାରିବା ଓ ଜିତିବା ଖେଳରେ ଲାଗି ରହିଥାଏ ଏନେଇ ନିରାଶ ନ ହୋଇ ଖେଳ ଯାରି ରଖିବା ଆବଶ୍ୟକ ବୋଲି ଖେଳାଳି ମାନଙ୍କୁ କହିଥିଲେ ।ନିଷ୍ଠାର ଶହ ଖେଳିଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିଦେଶରେ ଯାଇ ଖେଳି ପାରିବେ ବୋଲି ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ନାମେଣ୍ଟରେ ୧୬ ଟି ଟିମ ଯୋଗ ଦେଇ ଫାଇନାଲକୁ ଯାଇଥିଲେ ବାରି ଓ ଗିଚା ମଞ୍ଜାରୀ ଏବଂଶେଷ ରାଉଣ୍ଡରେ ବାରି ଗ୍ରାମ ବିଜୟ ହାସଲ କରିଥିଲା । ୱିନର ଟିମକୁ ୧୨୦୦୦ ଟଙ୍କା (ବାର ହାଜର )ଏବଂ ଟ୍ରପି, ରନର ଟିମକୁ ୧୦୦୦୦ ଟଙ୍କା (ଦଶ ହଜାର )ଟ୍ରପି ଏହି ବିଜୟ ଦଳକୁ ଅଥିତୀ ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦୁର୍ଗମ ଅଂଚଳ ଟୁର୍ନାମେଣ୍ଟରେ ସ୍ଥାନୀୟ ସରପଞ୍ଚ ମାଧବ ନନ୍ଦୀବାଲି, ଶିକ୍ଷକ, ସନା ଜାନି, ଅନିଲ ସିରକା, ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଟୁର୍ନାମେଣ୍ଟକୁ, ଗିର୍ଲିମାଳି ଫୁଲବନ୍ଧ ଯୁବକ ସଙ୍ଘର ଅଜୟ ଜାନି, କୃପା ଜାନି, ଡମ୍ବୁ ହନ୍ତାଳ, ମୋହନ ସାଉଁତା, ଆନନ୍ଧ ଜାନି, ସନିଆ ଦିଶାରୀ, ନିରଞ୍ଚନ ଦିଶାରୀ,ଏବଂ ଗ୍ରାମବାସୀ ସହ ପ୍ରମୁଖ ଆୟୋଜନ କରି ଥିଲେ ।

 

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀ

Odisha Sports Bureau

ଟିମ ଇଣ୍ଡିଆକୁ ସପୋର୍ଟ କରିବାକୁ ମଇଦାନରେ ପହଞ୍ଚିଲେ ସାରା ତେନ୍ଦୁଲକର Sara is looking for Schumann playing

Odisha Sports Bureau

କ୍ରିକେଟ ବୋର୍ଡ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ

Odisha Sports Bureau