Cricket

ଗିଚା ମଞ୍ଜାରୀକୁ ହରାଇ ବିଜୟ ହସଲ କଲା ବାରି

ସେମିଳିଗୁଡା / ଦଶରଥ ମାଛ :ଗିର୍ଲିମାଳି ପର୍ବତରେ ଉଦଯାପିତ ହୋଇଯାଇଛି କ୍ରିକେଟ ଟୁର୍ନାମେଣ୍ଟ । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରୀ ଗ୍ରାମ ପଂଚାୟତ ଫୁଲବନ୍ଧ ଗ୍ରାମରେ ଗିର୍ଲିମାଳୀ କ୍ରିକେଟ ଟୁର୍ନାମେଣ୍ଟ ଯୁବକ ସଙ୍ଘ ତରଫରୁ ଉଦଯାପିତ ହୋଇଯାଇଛି । ଏଥିରେ ଯୁବ ସମାଜସେବୀ ଜୟରାମ ପୂଜାରୀ ମୁଖ୍ୟ ଅଥିତି ଭାବେ ଯୋଗଦେଇ ଥିବା ବେଳେ ସମାଜ ସେବୀ ତଥା ଯୁବନେତା ସୁନାମ ହନ୍ତାଳ ସଂମାନିତ ଏଥିତି ଭାବେ ଯୋଗଦେଇ । ହାରିବା ଓ ଜିତିବା ଖେଳରେ ଲାଗି ରହିଥାଏ ଏନେଇ ନିରାଶ ନ ହୋଇ ଖେଳ ଯାରି ରଖିବା ଆବଶ୍ୟକ ବୋଲି ଖେଳାଳି ମାନଙ୍କୁ କହିଥିଲେ ।ନିଷ୍ଠାର ଶହ ଖେଳିଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିଦେଶରେ ଯାଇ ଖେଳି ପାରିବେ ବୋଲି ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ନାମେଣ୍ଟରେ ୧୬ ଟି ଟିମ ଯୋଗ ଦେଇ ଫାଇନାଲକୁ ଯାଇଥିଲେ ବାରି ଓ ଗିଚା ମଞ୍ଜାରୀ ଏବଂଶେଷ ରାଉଣ୍ଡରେ ବାରି ଗ୍ରାମ ବିଜୟ ହାସଲ କରିଥିଲା । ୱିନର ଟିମକୁ ୧୨୦୦୦ ଟଙ୍କା (ବାର ହାଜର )ଏବଂ ଟ୍ରପି, ରନର ଟିମକୁ ୧୦୦୦୦ ଟଙ୍କା (ଦଶ ହଜାର )ଟ୍ରପି ଏହି ବିଜୟ ଦଳକୁ ଅଥିତୀ ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦୁର୍ଗମ ଅଂଚଳ ଟୁର୍ନାମେଣ୍ଟରେ ସ୍ଥାନୀୟ ସରପଞ୍ଚ ମାଧବ ନନ୍ଦୀବାଲି, ଶିକ୍ଷକ, ସନା ଜାନି, ଅନିଲ ସିରକା, ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଟୁର୍ନାମେଣ୍ଟକୁ, ଗିର୍ଲିମାଳି ଫୁଲବନ୍ଧ ଯୁବକ ସଙ୍ଘର ଅଜୟ ଜାନି, କୃପା ଜାନି, ଡମ୍ବୁ ହନ୍ତାଳ, ମୋହନ ସାଉଁତା, ଆନନ୍ଧ ଜାନି, ସନିଆ ଦିଶାରୀ, ନିରଞ୍ଚନ ଦିଶାରୀ,ଏବଂ ଗ୍ରାମବାସୀ ସହ ପ୍ରମୁଖ ଆୟୋଜନ କରି ଥିଲେ ।

 

Related posts

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau

ଫିଲ୍ମରେ ଧୋନିଙ୍କ ଅଭିନୟକୁ ନେଇ ମତ ରଖିଲେ ସାକ୍ଷୀ

ଇଣ୍ଡିଆନ କ୍ରିକେଟରେ କୋରୋନା

Odisha Sports Bureau

Leave a Comment