Cricket

ମ୍ୟାଚ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ

ରାଜସ୍ଥାନ : ଆଇପିଏଲ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜସ୍ଥାନ ରୟାଲ୍ସ ଠାରୁ ୬ ୱିକେଟରେ ହାରିବା ସହ ୩ଟି ଯାକ ମ୍ୟାଚ ହାରିସାରିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଜଣେ ଫ୍ୟାନ ସୁରକ୍ଷାବଳୟ ଭାଙ୍ଗି ମଇଦାନକୁ ପସି ଆସି ରୋହିତ ଶର୍ମାଙ୍କୁ କୁଣ୍ଢାଇ ପକାଇଥିଲେ । ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଫିଲ୍ଡିଂ କରୁଥିଲା । ଏହି ସମୟରେ ଜଣେ ଫ୍ୟାନ ମଇଦାନକୁ ଦୌଡି ଆସି ରୋହିତଙ୍କୁ କୁଣ୍ଢାଇ ପକାଇଥିଲା । ରୋହିତଙ୍କୁ କୁଣ୍ଢାଇବା ପରେ ପ୍ୟାନ ଜଣକ ଇଶାନ କିଶାନଙ୍କୁ ସହିତ ହାତି ମିଶାଇଥିଲେ । ଏହାପରେ ଦୌଡିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫ୍ୟାନଙ୍କୁ ସୁରକ୍ଷାକର୍ମୀ ଧରି ବାହାରକୁ ନେଇଯାଇଥିଲେ ।

Related posts

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau

ଇତିହାସ ରଚିଲେ ରୋହିତ ଶର୍ମା

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau