Cricket

ପ୍ରଶଂସକଙ୍କ ସହ ଏଭଳି କାମ କଲେ ଧୋନି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୫୯ତମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା | ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିବା ବେଳେ ଏହି ମ୍ୟାଚ୍‌ରେ ଶୁଭମନ ଗିଲଙ୍କ କମାଲ ଦେଖିବାକୁ ମିଳିଥିଲା, ଯାହା ଆଧାରରେ ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଥିଲା | ୨ ଦଳ ‘କର ବା ମର’ ସ୍ଥିତିରେ ପହଞ୍ଚିଥିବା ବେଳେ କଡା ମୁକାବିଲା ଦେଖିବାକୁ ମିଳିଥିଲା | ଏ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜଣେ ପ୍ରଶଂସକ ଯାହା କରିଥିଲେ, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା |

ସୂଚନା ମୁତାବକ, ଯେତେବେଳେ ମହେନ୍ଦ୍ର ସିଂ ଧୋନି ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ, ସେହି ସମୟରେ ପଡ଼ିଆରେ ଉପସ୍ଥିତ ଥିବା ତାଙ୍କର ଜଣେ ବଡ ପ୍ରଶଂସକ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ। ସେ ବ୍ୟାରିକେଡ଼ ଡେଇଁ ଧୋନିଙ୍କ ପାଖକୁ ଦୌଡ଼ି ଆସିଥିଲେ ଓ ତାଙ୍କ ପାଦ ଛୁଇଁ ତାଙ୍କୁ ଆଲିଙ୍ଗନ କରିଥିଲେ | ପ୍ରଥମେ ଧୋନି ଡରିଯାଇଥିଲେ ବି ପରେ ସେ ଯୁବକଙ୍କୁ ଧରି ତାଙ୍କ ସହ କଥା ହୋଇଥିଲେ | ଏହି ସମୟରେ ସୁରକ୍ଷାକର୍ମୀମାନେ ଆସି ଯୁବକଙ୍କୁ ପଡ଼ିଆରୁ ବାହାରକୁ ଆଣିଥିଲେ | ଏହାର ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଲୋକେ ଧୋନିଙ୍କ ଏଭଳି ବ୍ୟବହାରକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି |

Related posts

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର

ସତ୍ୟତା ଉପରୁ ପରଦା ଉଠାଇଲେ ଦାଦା

Odisha Sports Bureau