Cricket

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ

କୋଲକାତା: ଚାଲିଛି ଆଇପିଏଲ ମହା ସମର । ଆଇପିଏଲରେ ଆଜି ଖେଳା ଯିବ ୬୦ ତମ ମ୍ୟାଚ ।ଏହି ମ୍ୟାଚ କୋଲକାତାର ଇଡେନ୍ ଗାର୍ଡେନ କ୍ରିକେଟ୍ ଷ୍ଟାଡିୟମ୍ ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ। ଚଳିତ ସିଜିନରେ ପ୍ଲେ-ଅପ୍ ରେସ୍ରୁ ମୁମ୍ବାଇ ବିଦା ହୋଇସାରିଛି । ସେପଟେ କୋଲକାତା ଟିମ୍ ଏକପ୍ରକାର ପ୍ଲେ-ପ୍ଲେଅପ୍ ନିଜ ଦାବିଦାରି କରିସାରିଛି । ହେଲେ ଆଜିର ବିଜୟୀ ସହ ସ୍ଥିତି ମଜବୁତ୍ ପାଇଁ ଲଢେଇ କରିବ ଶ୍ରେୟସ ବାହିନୀ । ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହେବାକୁପଡିଛି । ଦଳରେ ଅନେକ୍ ଷ୍ଟାର୍ ଖେଳାଳି ରହିଛନ୍ତି । ଯାହାକି ବିରୋଧୀ ଦଳ ପାଇଁ ଟେନ୍ସନ ସାଜିଛି ଛି। ଅଧିନାୟକ ଶ୍ରେୟସ ଆୟରଙ୍କ ରଣକୌଶଳରେ ଘାଇଲା ହେଉଛନ୍ତି ବିରୋଧୀ ଟିମ୍ । ଦଳ ଅଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛି । ପ୍ଲେ-ଅପ୍ ପାଇଁ ଦଳ ଏକପ୍ରକାର କ୍ୱାଲିଫାଏ କରିସାରିଛି । ହେଲେ ଆଜିର ମ୍ୟାଚ୍ ଜିତି ନିଜ ସ୍ଥିତିକୁଆହୁରି ମଜବୁତ କରିବାକୁ ଟାର୍ଗେଟ ରଖିଛି କୋଲକାତା ନାଇଟ୍ ରାଇଡର୍ସ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଟୁର୍ଣ୍ଣା ମେଣ୍ଟ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିନଥିଲା । ହେଲେ ଶେଷ ଆଡକୁ କିଛିଟା ମ୍ୟାଚରେ ବିଜୟୀ ହୋଇଥିଲା । ହେଲେ ନିଜକୁ ପ୍ଲେ-ଅପ୍ ରେସ୍ ରେ ରଖିପାରିଲା ନାହିଁ । ଯାହାଫଳରେ ଚଳିତ ସିଜିନ୍ରେ ପ୍ରଥମ ଟିମ୍ ଭାବେ ଚଳିତ ଟୁର୍ଣ୍ଣା ମେଣ୍ଟରୁ ଏଲିମିନେଟ୍ ହୋଇଛି । ଦଳରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଖେଳାଳି ରହିଥିଲେ । ହେଲେ ଦଳ ଆଶା ମୁତାବକ ଖେଳ ପ୍ରଦର୍ଶନ କରିପାରିନଥିଲା । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାଜୟ ସାମ୍ନା କରିବାକୁପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ରେ ୯ମ ସ୍ଥାନରେ ରହିଛି । ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେପ୍ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ ର ଟପ୍ରେପ୍ ରହିଛି ।

Related posts

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

Odisha Sports Bureau

ଭାରତକୁ ୨୭୩ ରନ୍ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

Odisha Sports Bureau

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

Odisha Sports Bureau