Cricket

ଚେନ୍ନାଇ ସୁପର କିଙ୍ଗସକୁ ୩୫ ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ

ଚେନ୍ନାଇ : ଚାଲିଛି ଆଇପିଏଲର ମାହା ସମର । ଏଥିରେ ଗତକାଲି ଖେଳାଯାଇଛି ୫୯ ତମ ମ୍ୟାଚ । ଆଉ ମୁହାଁ ମୁହିଁ ହୋଇଥିଲେ ଘରୋଇ ଗୁଜରାଟ ଟାଇଟନ୍ସ ସହ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରସୁ କିଙ୍ଗ୍ସ ।ଆଉ ଏଥିରେ ‘କର ବା ମର’ ସ୍ଥିତିରେ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)କୁ ୩୫ ରନ୍ରେ ପରାସ୍ତ କରି ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍ରେ ତାହାର ପ୍ରତିଶୋଧ ନେଇପାରିଛି। ଚଳିତ ସଂସ୍କରଣରେ ଗତଥରର ବିଜେତା ଓ ଉପବିଜେତାଙ୍କ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚ୍ରେ ସିଏସ୍କେ ୬୩ ରନ୍ରେ ବିଜୟୀ ହୋଇଥିଲା। ତେବେ ଗତକାଲି ଘରୋଇ ମ୍ୟାଚ୍ରେ ଟାଇଟନ୍ସ ଏହି ବିଜୟ ସହିତ ପ୍ଲେଅଫ୍ ଆଶା ମଧ୍ୟ ଉଜ୍ଜୀବିତ ରଖିଛି। ଘରୋଇ ଦଳ ପକ୍ଷରୁ ଦିଆଯାଇଥିବା ୨୩୨ରନ୍ର ଲକ୍ଷ୍ୟକୁ ପିଛା କରି ସିଏସ୍କେ ୮ୱିକେଟ ବିନିମୟରେ ୧୯୬ ରନ ରେ ସୀମିତ ରହିଥିଲା। ପ୍ରଥମ ତିନି ଓଭର ଭିତରେ ଅଜିଙ୍କ୍ୟ ରାହାଣେ (୧), ରାଚିନ୍ ରବୀନ୍ଦ୍ର (୧) ଓ ଋତୁରାଜ ଗାଏକ୍ବାଡ ଖାତା ଖୋଲିବା ଆଗରୁ ଆଉଟ୍ ହୋଇଯାଇଥିଲେ। ଡାରିଲ ମିଚେଲ୍ ଓ ମୋଇନ୍ ଅଲ୍ଲୀ ମଙ୍ଗ ସମ୍ଭାଳିବା ସହ ଚତୁର୍ଥ ୱିକେଟ୍ରେ ୫୭ ବଲ୍ରୁ ୧୦୯ ରନ୍ ଯୋଗକରି ସିଏସ୍କେ ଶିବିରରେ ଆଶା ସଂଚାର କରିଥିଲେ। କିନ୍ତୁ ମୋହିତ ଶର୍ମା ଗୋଟିଏ ଓଭର ବ୍ୟବଧାନରେ ଉଭୟଙ୍କୁ ଆଉଟ୍ କରିବାରୁ ଦଳ ପୁଣି ଥରେ ବିପର୍ୟ୍ୟୟ ଭିତରକୁ ଆସିଯାଇଥିଲା। ଶିବମ୍ ଦୁବେ (୨୧), ରବୀନ୍ଦ୍ର ଜାଡ଼େଜା (୧୮), ମହେନ୍ଦ୍ର ସିଂହ ଧୋନି (୨୬ଞ୍ଚ) ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରି ନଥିଲେ।

Related posts

ଟି୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ଆଘାତଗ୍ରସ୍ତ ହେଲେ ହର୍ଷିତ ରାଣା

Odisha Sports Bureau

ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

Odisha Sports Bureau

ବାରବାଟୀ ଷ୍ଟାଡିଅମକୁ ଦର୍ଶକଙ୍କ ପ୍ରବେଶ: ଟିକେଟ କଳାବଜାରୀ ଉପରେ ରୋକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା