Cricket

ଆଇପିଏଲରେ କେଉଁ ଦଳକୁ ମିଳିବ କେତେ ଟଙ୍କା ?

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଯେଉଁ ଦଳ ଅନ୍ତିମ ମ୍ୟାଚ୍ ଜିତିଜିବ, ସେହି ଟିମ୍ ପୁରସ୍କାର ରାଶି ଭାବରେ କୋଟି କୋଟି ଟଙ୍କା ମିଳିବ । ସେହିପରି ହାରିବା ଟିମ୍କୁ ମଧ୍ୟ ମିଳିବ ବିପୁଳ ପରିମାଣର ଅର୍ଥ ।
ସୂଚନା ଅନୁଯାୟୀ, ଯେଉଁ ଟିମ୍ ଆଇପିଏଲ୍ ୨୦୨୪ର ଟାଇଟଲ ହାତେଇବ, ସେହି ଟିମ୍କୁ ପୁରସ୍କାର ରାଶି ଭାବେ ମିଳିବ ୨୦ କୋଟି ଟଙ୍କା । ସେହିପରି ଯେଉଁ ଟିମ୍ ଫାଇନାଲ୍ ମ୍ୟାଚ୍ ହାରିବ ତାକୁ ମିଳିବ ୧୩ କୋଟି ଟଙ୍କା । ଏହା ବ୍ୟତୀତ ଅନ୍ୟ ଟିମ୍ ମଧ୍ୟ ଭଲ ରକମ ମିଳିବ । ଟୁର୍ଣ୍ଣା ମେଣ୍ଟରେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ଟିମ୍କୁ ମିଳିବ ୭ କୋଟି ଏବଂ ୬.୫ କୋଟି ଟଙ୍କା । ତେବେ ବିଜେତା କିମ୍ବା ହାରିଥିବା ଟିମ୍ ଏଲିମିନେଟରରେ କେତେ ଟଙ୍କା ପାଇବେ ସେ ନେଇ କୌଣସି ଅଫିସିଆଲ୍ ସୂଚନା ଉପଲବ୍ଧ ନାହିଁ ।
କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଟିମ୍କୁମ୍ ମିଳିଥାଏ ଟଙ୍କା । IPL ୨୦୨୪ର ପଏଣ୍ଟ ଟେବୁଲକୁ ନଜରକୁ ନେଲେ ରାଜସ୍ଥାନ ରୟାଲ୍ସ ତୃତୀୟ ସ୍ଥାନରେ ରହିଛି । ଯେତେବେଳେ କି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥ ସ୍ଥାନରେ ରହିଛି । ଏହି କାରଣରୁ ଉଭୟ ଟିମ୍ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍ । ପ୍ରଥମ କ୍ୟାଲିଫାୟର ମ୍ୟାଚ କେକେଆର୍ SRH କୁପରାସ୍ତ କରିଛି । ଏହି ବିଜୟ ସହିତ କେକେଆର ଫାଇନାଲରେ କରିଛି ଏଣ୍ଟ୍ରି । କିନ୍ତୁ ହାଇଦ୍ରାବାଦ ଟିମ୍ ଖେଳିବ ୨ୟ କ୍ୟାଲିଫାଏ ମ୍ୟାଚ୍ ।

Related posts

ସେମିଫାଇନାଲରେ ପହଞ୍ଚିଲା  ଭାରତ

Odisha Sports Bureau

ରୋହିତ ଶର୍ମା ପ୍ରାୟ 20 ଦିନ ହେଲା ବାହାରେ ଅଛନ୍ତି। ସେ ଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ କି?

Odisha Sports Bureau

ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩  ଉଦ୍ଘାଟିତ