Cricket

ନ୍ୟୁୟର୍କରେ ମସ୍ତି ମୁଡରେ ରୋହିତ

ଟି ୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତୀୟ ଟିମ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରି ୱାର୍ମ ଅପ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳି ମ୍ୟାଚ ଜିତିସାରିଛି । ତେବେ ଭାରତ – ଆୟର୍କର ଏକ ରେଷ୍ଟରାଣ୍ଟରେ ପହଞ୍ଚିଛନ୍ତି । ରୋହିତ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ଫଟୋରେ କମେଣ୍ଟ କରୁଛନ୍ତି ।
ରୋହିତ ଇନଷ୍ଟାଗ୍ରାମରେ ୪ଟି ଫଟୋ ସେୟାର କରିଛନ୍ତି । ଏଥିରେ କ୍ୟାପସନରେ ଲେଖିଛନ୍ତି , ବିଗ ମୁଡସ ଇନ ଦ ବିଗ ଆପଲ । ରୋହିତଙ୍କ ଏହି ଫଟୋରେ ଅତି କମରେ ୮ ଏକ୍ଷରୁ ଅଧିକ ଲୋକ ଲାଇକ କରିସାରିଛନ୍ତି ।
ଏହାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ୟୁଜର୍ସ ରୋହିତଙ୍କୁ କପ ଆଣିବାକୁ କହିଛନ୍ତି । ରୋହିତ ଏହି ଫଟୋରେ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଏହାସହିତ ଅଲଭି ରଙ୍ଗର ଏକ କ୍ୟାପ ପିନ୍ଧିଥିବା ସହିତ ଚଷମା ଲଗାଇଛନ୍ତି । ରୋହିତ ବାଂଲାଦେଶ ବିପକ୍ଷ ୱାର୍ମଅପ ମ୍ୟାଚରେ କିଛି ଖାସ କରି ପାରିନଥିଲେ । ୧୯ ବଲ ଖେଲି ୨୩ ରନ କରିଥିଲେ ରୋହିତ । ରୋହିତ ଲଥିରେ ୨ଟି ଚଉକା ଏବଂ ୧ଟି ଛକା ମରିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୨ ରନ କରିଥିଲା ବେଳେ ବାଂଲାଦେଶ ୧୨୨ ରନ କରିପାରିଥିଲା ।
ଭାରତ ଆୟରଲାଣ୍ଡ ସହିତ ମ୍ୟାଚ ପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ ।
ଭାରତୀୟ ଟି ମ ଆଇସିସି ଟି ୨୦ ବିଶ୍ୱକପ ଗ୍ରୁପ ରେ ପାକୀସ୍ତାନ , ଆୟରଲାଣ୍ଡ, ଆମେରିକା ଏବଂ କାନାଡା ସହିତ ମ୍ୟାଚ ଖେଳିବ । ଜୁନ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ଜୁନ ୯ ତାରିଖରେ ପାକିସ୍ତାନ ସହିତ ଭାରତ ମ୍ୟାଚ ଖେଳିବ । ଏହାପରେ ୧୨ରେ ଆମେରିକା ସହିତ ଏବଂ ଜୁନ ୧୫ରେ କାନାଡା ସହିତ ଶେଷ ଲିଗ ମ୍ୟାଚ ଖେଳିବ ଭାରତ ।

Related posts

ଆଜି ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲ କରିବ ଭାରତ

Odisha Sports Bureau

ବିଶ୍ୱକପ ଜିତିଲେ ଟିମ୍ ଇଣ୍ଡିଆକୁ ମିଳିବ କେତେ ଟଙ୍କା?

Odisha Sports Bureau

ଗୁଜୁରାଟ ପାଇଁ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ୱାରିୟର

Odisha Sports Bureau