Cricket

ଆଜି ବିଶ୍ବକପ୍‌ ମୁକାବିଲାରେ ଭାରତ ବନାମ ପାକିସ୍ତାନ

ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଦୁଇ ଚିର ପ୍ରତିଦ୍ୱନ୍ଦୀ  ଭାରତ ଓ ପାକିସ୍ତାନ ବିଶ୍ବକପ୍‌ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଏଠାକାର ପିଚ୍‌ ଓ ପଡ଼ିଆକୁ ଅନୁଧ୍ୟାନ କରିସାରିଥିଲା ବେଳେ ଭାରତ ଶୁକ୍ରବାର ସନ୍ଧ୍ୟାରେ ହାଲ୍‌କା ଅଭ୍ୟାସ କରିଛି। ଲିଗ୍‌ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ଏହା କୌଣସି ଫାଇନାଲ୍‌ଠୁ କମ୍‌ ନୁହେଁ। ପାଖାପାଖି ଦେଢ ଲକ୍ଷ ଦର୍ଶକଙ୍କ ଆଗରେ ଖେଳିବା ବେଳେ ଖେଳାଳିମାନେ ଚାପରେ ରହିବା ସ୍ବାଭାବିକ। ତେବେ ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କୁ ବଡ଼ ଖବର ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଡେଙ୍ଗୁରେ ପୀଡ଼ିତ ଶୁବମନ ଗିଲ୍‌ ଏହି ମ୍ୟାଚ୍‌ରେ ଖେଳିବା ସମ୍ଭାବନା ୯୯ ପ୍ରତିଶତ ଥିବା ରୋହିତ କହି ତାଙ୍କର ଖେଳିବା ଏକପ୍ରକାର ନିଶ୍ଚିତ ବୋଲି ସଙ୍କେତ ଦେଇଛନ୍ତି।

ଚଳିତ ବିଶ୍ବକପ୍‌ରେ ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଦୃଢ ମନୋବଳ ସହ ଅହମଦାବାଦ ଆସିଛନ୍ତି। ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ଓ ଆଫଗାନିସ୍ତାନକୁ ୮ ୱିକେଟ୍‌ରେ ଭାରତ ପରାସ୍ତ କରିଥିଲା। ସେହିପରି ପାକିସ୍ତାନ ତାହାର ଦୁଇଟି ମ୍ୟାଚ୍‌ ହାଇଦ୍ରାବାଦରେ ଖେଳିଥିଲା ବେଳେ ନେଦରଲାଣ୍ଡ୍ସକୁ ୮୧ ରନ୍‌ ଓ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ପରାସ୍ତ କରିଛି। କିନ୍ତୁ ମୋଟେରାରେ ରୋହିତ ଶର୍ମା-ସାହିନ ଶାହ ଆଫ୍ରିଦି, ବିରାଟ କୋହଲି-ହାରିସ ରୌଫ, କୁଲଦୀପ ଯାଦବ-ବାବର ଆଜମ, ଯଶପ୍ରୀତ ବୁମ୍‌ରା-ମହମ୍ମଦ ରିଜୱାନ ଲଢେଇ ଆକର୍ଷଣୀୟ ହେବାକୁ ଯାଉଛି।

Related posts

ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ

Odisha Sports Bureau

ମହିଳା ଟି- ୨୦ ବିଶ୍ୱକପ୍ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

Odisha Sports Bureau