Cricket

ବିଶ୍ୱକପରୁ ବାଦ ପଡିଛି ନାମ୍ବିଆ ଓ ଓମାନ ଟିମ

ଟି ୨୦ ବିଶ୍ୱକପ ୨୦୨୪ ରେ ଏପର୍ଯ୍ୟନ୍ତ ୨୪ ମ୍ୟାଚ ଖେଳ ସାରିଲାଣି । ଚଳିତ ଟୁର୍ଣ୍ଣାମେଣ୍ଟରେ ୨୦ ଟି ଟିମ ଖେଳୁଛି । କେତେ ଟିମ ସୁପର-୮ ରେ ପହଞ୍ଚିଛନ୍ତି । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ଟି ଟିମ ସୁପର -୮ରେସରୁ ବାଦ ପଡିଛନ୍ତି । ନାମ୍ବିଆ ଏବଂ ଓମାନ ଟିମ ବିଶ୍ୱକପରୁ ବାଦ ପଡିଛି ।
ଆଜି ଅଷ୍ଟ୍ରେଲିଆ ଏବଂ ନାମ୍ବିଆ ମଧ୍ୟରେ ମ୍ୟାଚ ଥିଲା । ନର୍ଥ ସାଉଣ୍ଡର ସର ଭିଭିଆନ ରିଚାର୍ଡ ଷ୍ଟାଡି’ମରେ ଖେଳାଯାଇଥିବା ମ୍ୟାଚରେ ନାମ୍ବିଆ ଟିମ ପ୍ରଥମେ ବ୍ୟାଟିଂ କରି ୭୨ ରନ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୫.୪ ଓଭରରେ ଏକ ୱିକେଟ ହରାଇ ୭୪ ରନ କରିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।ସେହିପରି ଓମାନ ଟିମ ସୁପର -୮ ରେସରୁ ବାଦ ପଡିସାରିଛି । ଟି ୨୦ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଜିତିନାହିଁ ଓମାନ । ନାମ୍ବିଆ ଏବଂ ସମାନ ଟିମ ଗ୍ରୁପ ବି ରେ ରହିଛି । ଏହି ଗ୍ରୁପରେ ସୁପର -୮ ରେଦରେ କେବଳ ୩ଟି ଟିମ ରହିଛି । ଅଷ୍ଟ୍ରେଲିଆ ସୁପର -୮ ରେ ଏଣ୍ଟ୍ରି କରିସାରିଛି । ଏବେ ବିଂଚିଥିବା ଗୋଟିଏ ସ୍ଥାନ ପାଇଁ ସ୍କଟଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଟକ୍କର ହେବ ।

Related posts

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଫେରୁଛନ୍ତି ତିନି ଅଲରାଉଣ୍ଡର!

Odisha Sports Bureau

ଅନ୍ୟର ଭୁଲ ପାଇଁ ଶେଷ ହୋଇ ଗଲା ତାଙ୍କ କ୍ୟାରିୟର

Odisha Sports Bureau

ODI ରେ ପରାଜୟ ପରେ ଗୌତମ ଗମ୍ଭୀରଙ୍କ ବିଷୟରେ ପ୍ରଶ୍ନ…

Odisha Sports Bureau