Cricket

ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ନିଜ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ଫାଇନାଲରେ କରିଛି ଏଣ୍ଟ୍ରି । ଆଉ ସେପଟେ ଆଫଗାନିସ୍ତାନ ଫାଇନାଲ ଆଶା ଧୂଳିସାତ । ସେମି ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ୯ ୱିାକଟରେ ପରାସ୍ତ ହୋଇଛି । ଏହାସହିତ ରସିଦ ସେନାର ବିଶ୍ୱକପ ଅଭିଯାନ ଶେଷ ହୋଇଛି । ସେମି ମୁକାବିଲାରେ ଟସ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଆଶା ଅନୁସାରେ କରିପାରିନଥିଲା ବ୍ୟାଟିଂ ପ୍ରଦର୍ଶନ । ଲିଗ ଏବଂ ସୁପର -୮ ଷ୍ଟେଜରେ ବିରୋଧୀଙ୍କ ବୋଲରଙ୍କ ପାଇଁ ଟେନସନ ସାଜିଥିବା ଗୁରବାଜଙ୍କୁ ସଅଳ ଆଉଟ କରିଥିଲେ ଦକ୍ଷିଣ ଆଫ୍ରିକା ବୋଲର । ଆଉ ଏହାପରେ ପଡିଚାଲିଲା ଆଫଗାନୀ ବ୍ୟାଟରଙ୍କ ୱିକେଟ । ଅଜମତୁଲ୍ଲାଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ବି କରିପାରିନଥିଲେ । ଶେଷରେ ମାତ୍ର ୧୩ ଓଭର ବ୍ୟାଟିଂ କରି ଦଳ ୫୬ ରନରେ ଅଲଆଉଟ ହୋଇଯାଇଥିଲା । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ଏବଂ ସାମସି ସର୍ବାଧିକ ୩ ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରାବାଡା ଏବଂ ନୋର୍ଟଜି ୨ ଟି ଲେଖାଏଁ ୱିକେଟ ନେଇଥିଲେ । ବାକି କେଶବ ମହାରାଜ କେବଳ ଜଣେ ବୋଲର ଯାହାଙ୍କ ଖାତା କୌଣସି ବି ୱିକେଟ ଯାଇନାହିଁ ।
ସେପଟେ ୫୭ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ସମସ୍ତେ ଭାବୁଥିଲେ କି ପୂର୍ବ ମ୍ୟାଚ ପରି ଆଫଗାନୀ ବୋଲର ସଂଘର୍ଷ କରିବେ । ଆଉ ମ୍ୟାଚ ବେଶ ରୋମାଞ୍ଚକ ହେବ । ହେଲେ ଶେଷରେ ହନରିକ୍ସଙ୍କ ୨୯ ରନ ଏବଂ ମାକ୍ରମଙ୍କ ୨୩ ରନ ବଳରେ ସେମି ମ୍ୟାଚ ଜିତିଯାଇଛି ଦକ୍ଷିଣ ଆଫ୍ରିକା । ମାତ୍ର ୮.୫ ଓଭରରେ ୧ ୱିକେଟ ହରାଇ ମ୍ୟାଚ ଜିତିଯାଇଥିଲା ।

Related posts

ଡବ୍ଲ୍ୟୁଟିସି ଫାଇନାଲରେ ଦଳରେ ସ୍ଥାନ ନ ମିଳିବାକୁ ନେଇ ମୁହଁ ଖୋଲିଲେ ଅଶ୍ୱିନ

Odisha Sports Bureau

ଏବେ ପାକିସ୍ତାନ ବିପକ୍ଷରେ ଛକା ମାରିବେ ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ ଏହା କେଉଁଠି ଏବଂ କେବେ ହେବ

Odisha Sports Bureau

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau