Swimming

ପ୍ୟାରିସ୍ ଅଲିମ୍ପିକ୍ସରେ ବଡ଼ ଅଘଟଣ, ଅଚେତ ହୋଇଗଲେ ସନ୍ତରଣକାରୀ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଶୁକ୍ରବାର ଦିନ ଏକ ବଡ଼ ଅଘଟଣ ଅଳ୍ପରେ ଟଳିଯାଇଛି । ଆଜି ସ୍ଲୋଭାକିଆର ସନ୍ତରଣକାରୀ ତମାରା ପୋଟୋକା ଖେଳ ଶେଷ ପରେ ଅଚେତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀଦଳ ତାଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିବା ଯୋଗୁଁ ନୁହେଁ ବରଂ ଆଜମା ରୋଗ ପାଇଁ ସେ ଅଚେତ ହୋଇଯାଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ହେବ ତମାରା ପୋଟୋକା ଆସ୍ଥମା ରୋଗରେ ପୀଡ଼ିତ ।

ତମାରାଙ୍କ କୋଚ କହିଛନ୍ତି, ପୋଟୋକା ଖେଳ ଆରମ୍ଭ ପୂର୍ବରୁ ଓ ପାଣି ଭିତରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲେ। ପାଣି ଭିତରୁ ବାହାରକୁ ଆସିବା ସମୟରେ ସେ ହଠାତ ଅଚେତ ହୋଇପଡ଼ିଥିଲେ। ତେବେ ତମାରା ଅଚେତ ହୋଇଯିବା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସନ୍ତରଣକାରୀ ତମାରା ପୋଟୋକା ଜଣେ ଷ୍ଟାର ଖେଳାଳି ଭାବେ ବେଶ ଜଣାଶୁଣା ।

Related posts

ଫ୍ରିଷ୍ଟାଇଲ ସନ୍ତରଣରେ ୪ଟି ନୂତନ ରାଷ୍ଟ୍ରୀୟ ରେକର୍ଡ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ସନ୍ତରଣ ପ୍ରତି‌ଯୋଗିତା

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସ

Odisha Sports Bureau