Hockey

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ। କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିକୁ ଉନ୍ନୀତ ହୋଇଛି ଟିମ ଇଣ୍ଡିଆ। ଏହି ବିଜୟ ସହ ହକିରେ ଭାରତ ପାଇଁ ପୁଣି ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ହକି ଦଳ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲା।

୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ଶୁଟ ଆଉଟ ହୋଇଥିଲା। ଶୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। କାରଣ ଓଡ଼ିଆ ପୁଅ ଅମିତ ରୋହିଦାସ ରେଡ କାର୍ଡ ପାଇଁ ମ୍ୟାଚ୍ର ୧୭ତମ ମିନିଟରୁ ବାହାରେ ବସିଥିଲେ।

ଆଜିର ମ୍ୟାଚରେ ଗୋଲକିପର ପିଆର ଶ୍ରୀଜେଶ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତ ଉପରେ ବ୍ରିଟେନ ଘନଘନ ଆକ୍ରମଣ କରିଥିଲେ ହେଁ ଶ୍ରୀଜେଶ ସବୁ କିଛି ଚତ୍ମାକର ଢଙ୍ଗରେ ଅଟକାଇ ଦେଇଥିଲେ। ଏଥିସହ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିରେ ପହଞ୍ଚାଇ ଦେଇଥିଲେ।

Related posts

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

Odisha Sports Bureau

ଟିକେଟ୍ ବିକ୍ରି ଦାୟିତ୍ୱ ହକି ଇଣ୍ଡିଆ ହାତରେ: କ୍ରୀଡା ବିଭାଗ

Odisha Sports Bureau

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ, ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା

Odisha Sports Bureau