Uncategorized

ମନୁ ଭାକର ଏବଂ ପିଭି ପିଆର ଶ୍ରୀଜେଶ ହେବେ ଧ୍ୱଜାଧାରୀ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ ସେନ୍ ନଦୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିଲା । ଅଗଷ୍ଟ ୧୧ରେ ଏହାର ଉଦଯାପନୀ ସମାରୋହ ଆୟୋଜନ କରାଯିବ । ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଦଯାପନୀ ସମାରୋହରେ ଭାରତ ପାଇଁ ମନୁ ଭାକର ଏବଂ ପିଭି ପିଆର ଶ୍ରୀଜେଶ ଧ୍ୱଜାଧାରୀ ଭୂମିକା ନିର୍ବାହ କରିବେ । ଓପନିଂ ସେରମନିରେ ଭାରତ ପାଇଁ ପିଭି ସିନ୍ଧୁ ମହିଳା ଧ୍ୱଜାଧାରୀ ଏବଂ ଶରତ କମଲ ପୁରୁଷ ଧ୍ୱଜାଧାରୀ ଦାୟିତ୍ୱ ତୁଲାଇଥିଲେ । ଇଣ୍ଡିଆନ୍ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପିଟି ଉଷା ଉଭୟ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଶ୍ରୀଜେଶଙ୍କୁ ଧ୍ୱଜାଧାରୀ ଭାବେ ମନୋନୀତ କରାଯିବା ପରେ ସେ ଭାବୁକ ହୋଇଥିଲେ । ତାଙ୍କ ସହ ଶେଫ-ଡି-ମିଶନ ଗଗନ ନାରଙ୍ଗ ଏବଂ ଭାରତୀୟ ଦଳ ମଧ୍ୟ ଉଦଯାପନୀ ସମାରୋହରେ ସାମିଲ ହେବେ । ଶ୍ରୀଜେଶ ଭାରତୀୟ ହକି ଟିମ୍ ପାଇଁ ୨ ଦଶନ୍ଧି ଧରି ଯୋଗଦାନ ଦେଇଛନ୍ତି । ପିଟି ଉଷା କହିଛନ୍ତି ଯେ ପୁରୁଷ ଧ୍ୱଜାଧାରୀ ରୂପେ ଜାଭେଲିନ୍ ଥ୍ରୋରେ ରୌପ୍ୟ ବିଜେତା ନୀରଜ ଚୋପ୍ରାଙ୍କ ସହ କଥା ହୋଇଥିଲେ କିନ୍ତୁ ସେ ଶ୍ରୀଜେଶଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ ।

Related posts

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ଆଣିଲେ ପ୍ରତ୍ୟାଶା