Uncategorized

ମନୁ ଭାକର ଏବଂ ପିଭି ପିଆର ଶ୍ରୀଜେଶ ହେବେ ଧ୍ୱଜାଧାରୀ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ ସେନ୍ ନଦୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିଲା । ଅଗଷ୍ଟ ୧୧ରେ ଏହାର ଉଦଯାପନୀ ସମାରୋହ ଆୟୋଜନ କରାଯିବ । ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଦଯାପନୀ ସମାରୋହରେ ଭାରତ ପାଇଁ ମନୁ ଭାକର ଏବଂ ପିଭି ପିଆର ଶ୍ରୀଜେଶ ଧ୍ୱଜାଧାରୀ ଭୂମିକା ନିର୍ବାହ କରିବେ । ଓପନିଂ ସେରମନିରେ ଭାରତ ପାଇଁ ପିଭି ସିନ୍ଧୁ ମହିଳା ଧ୍ୱଜାଧାରୀ ଏବଂ ଶରତ କମଲ ପୁରୁଷ ଧ୍ୱଜାଧାରୀ ଦାୟିତ୍ୱ ତୁଲାଇଥିଲେ । ଇଣ୍ଡିଆନ୍ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପିଟି ଉଷା ଉଭୟ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଶ୍ରୀଜେଶଙ୍କୁ ଧ୍ୱଜାଧାରୀ ଭାବେ ମନୋନୀତ କରାଯିବା ପରେ ସେ ଭାବୁକ ହୋଇଥିଲେ । ତାଙ୍କ ସହ ଶେଫ-ଡି-ମିଶନ ଗଗନ ନାରଙ୍ଗ ଏବଂ ଭାରତୀୟ ଦଳ ମଧ୍ୟ ଉଦଯାପନୀ ସମାରୋହରେ ସାମିଲ ହେବେ । ଶ୍ରୀଜେଶ ଭାରତୀୟ ହକି ଟିମ୍ ପାଇଁ ୨ ଦଶନ୍ଧି ଧରି ଯୋଗଦାନ ଦେଇଛନ୍ତି । ପିଟି ଉଷା କହିଛନ୍ତି ଯେ ପୁରୁଷ ଧ୍ୱଜାଧାରୀ ରୂପେ ଜାଭେଲିନ୍ ଥ୍ରୋରେ ରୌପ୍ୟ ବିଜେତା ନୀରଜ ଚୋପ୍ରାଙ୍କ ସହ କଥା ହୋଇଥିଲେ କିନ୍ତୁ ସେ ଶ୍ରୀଜେଶଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ ।

Related posts

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟ

Odisha Sports Bureau

ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

ପରଲୋକରେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାଚେନ୍ଦ୍ର ସିଂ ।

Odisha Sports Bureau