Football

Viral Content : ଦେଢ଼ ଘଣ୍ଟାରେ ୧ ମିଲିୟନ ଏବଂ ୧୨ ଘଣ୍ଟା ମଧ୍ୟରେ ୟୁଟ୍ୟୁବ ଗୋଲଡେନ ବଟନ

ଭୁବନେଶ୍ୱର : ଫୁଟବଲ ଖେଳାଳିରୁ ହେଲେ କଣ୍ଟେଣ୍ଟ କ୍ରିଏଟର। ପର୍ତ୍ତୁଗାର୍ଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ କ୍ରୀଡା ଟ୍ୟାଲେନଟା ପାଇଁ ସେ ବେଶ ଜଣାଶୁଣା। ପଡିଆ ମଝିରେ ନିଜ ଦକ୍ଷତା ଦେଖାଇ ଢେର ରେକର୍ଡ ଭାଙ୍ଗିବାରେ ମାହିର ରୋନାଲଡୋ । ରୋନାଲଡୋଙ୍କ ନୂଆ ରେକର୍ଡ, ଏହା ତ ସମସ୍ତଙ୍କ ପାଇଁ ଚିରାଚରିତ କଥା । କିନ୍ତୁ ଏଥର ଫୁଟବଲ ନୁହେଁ ସୋସିଆଲ ମିଡ଼ିଆରେ କଲେ ନୂଆ ରେକର୍ଡ । ରୋନାଲଡୋ ନିକଟରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ମାତ୍ର ୯୦ ମିନିଟ ମଧ୍ୟରେ ସେ ୧ମିଲିୟନ ସବ୍‌ଷ୍କ୍ରାଇବର୍‌ ସଭିଙ୍କୁ ଆଚମ୍ବିତ କରିଥିଲା । ତେବେ ୨୪ ଘଣ୍ଟାରେ ୧୦ ମିଲିୟନ ସବ୍‌ଷ୍କ୍ରାଇବର୍‌ ହେବାର ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ଦ୍ରୁତତମ ସେଲିବ୍ରିଟି ପାଲଟିଛନ୍ତି ରୋନାଲ୍‌ଡୋ। କେବଳ ସେତିକି ନୁହେଁ ମାତ୍ର ୧୨ ଘଣ୍ଟା ସମୟ ବ୍ୟବଧାନରେ ୟୁଟ୍ୟୁବ ପକ୍ଷରୁ ତାଙ୍କୁ ଗୋଲ୍ଡେନ ବଟନ ପ୍ରଦାନ କରାଯାଇଛି । ୟୁଟୁବରେ ହେଉଛି ଏହା ଏକ ବିରଳ ରେକର୍ଡ । ଏପରି ରେକର୍ଡ କୌଣସି ୟୁଟ୍ୟୁବର କରିନଥିବା ସୂଚନା ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ, କେବଳ ୟୁଟୁବ ନୁହେଁ ବରଂ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ରୋନାଲଡୋଙ୍କର ବେଶ ଭଲ ସବ୍‌ଷ୍କ୍ରାଇବର୍‌ ରହିଛନ୍ତି । ରୋନାଲ୍‌ଡୋଙ୍କର ‘ଏକ୍ସ’ରେ ୧୧୫.୫ ମିଲିୟନ, ଫେସ୍‌ବୁକ୍‌ରେ ୧୭୦ ମିଲିୟନ ଏବଂ ଇନ୍‌ଷ୍ଟାଗ୍ରାମରେ ୬୩୬ ମିଲିୟନ ସବ୍‌ଷ୍କ୍ରାଇବର୍‌ ଅଛନ୍ତି । ଫୁଟବଲରେ ସେ ଯେପରି ସାରା ବିଶ୍ୱରେ ଚମକି ଥାଆନ୍ତି, ଠିକ ସେହିପରି ପଡିଆ ବାହାରେ ମଧ୍ୟ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ୟୁରୋ କପ ୨୦୨୪ରେ ସେ ପର୍ତ୍ତୁଗାଲ ତରଫରୁ ଖେଳୁଥିବାର ନଜର ଆସିଥିଲେ। ରୋନାଲ୍ଡୋ ଫୁଟବଲରେ ସର୍ବାଧିକ ଗୋଲ କରିଥିବା ଖେଳାଳି । ହେଲେ ନିଜ ଟିମକୁ ଆଜି ଯାଏଁ ବିଶ୍ୱକପ୍ ଜିତାଇପାରିନାହାନ୍ତି ରୋନାଲଡୋ । ୩୯ ବର୍ଷରେ ପହଞ୍ଚିଥିବା ଏହି ଖେଳାଳି ନିଜ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି । ହେଲେ ତାଙ୍କ ଫିଟନେସ ଏବେ ବି ଜବରଦସ୍ତ ରହିଛି। ଫୋବର୍ସ ରିପୋର୍ଟ ଅନୁଯାୟୀ, ରୋନାଲଡୋଙ୍କ ନେଟ୍ ୱର୍ଥ ୨୬୦ ମିଲିୟନ ଡଲାର। ସେ ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳି। ସେ ୧ ବିଲିୟନରୁ ଅଧିକ ଟଙ୍କା ରୋଜଗାର କରୁଥିବା ପ୍ରଥମ ଫୁଟବଲ ଖେଳାଳି । ତେବେ କୁହାଯାଉଛି ଫୁଟବଲ ଭଳି ଯଦି ୟୁଟ୍ୟୁ ବରେ ଏହି ଭଳି ଭାବେ ତାଙ୍କ ଫଲୋଅର୍ସ ବଢିଚାଲେ ତେବେ ସେ ୟୁଟ୍ୟୁବରେ ସର୍ବାଧିକ ଫଲୋଅର୍ସ ମିଷ୍ଟର ବିଷ୍ଟଙ୍କୁ ବି ପଛରେ ପକାଇପାରନ୍ତି ।

Related posts

ଇକ୍ୟୁଏଡର୍ ଉପରେ ଆର୍ଜେଣ୍ଟିନାର ବିଜୟ

Odisha Sports Bureau

ମହିଳା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା ଓଡ଼ିଶା ଓ୍ବାରିୟର୍ସ

Odisha Sports Bureau

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

Odisha Sports Bureau