Cricket

ନିଲାମରେ ବିରାଟ କୋହଲିଙ୍କ ଜର୍ସି ଏବଂ ଗ୍ଲୋଭସର କ୍ରେଜ୍

ଚର୍ଚ୍ଚାରେ କୋହିଲଙ୍କ ଜର୍ସି । ଖାଲି ଜର୍ସି ନୁହେଁ ଗ୍ଳୋଭସର କ୍ରେଜ ମଧ୍ୟ ରହିଛି । ତାଙ୍କ ତାଙ୍କ ଜର୍ସି ୪୦ଲକ୍ଷ ଟଙ୍କାରେ ଏବଂ ଗ୍ଲୋଭସ୍ ୨୮ଲକ୍ଷ ଟଙ୍କାରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି । ବିରାଟଙ୍କ ଜର୍ସି ଆଗରେ ରୋହିତ ଶର୍ମା ଏବଂ ଧୋନି ଫିକା ପଡିଯାଇଥିଲେ । ସୂଚନା ମୁତାବକ, କେ.ଏଲ୍ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀ ନିଲାମ ପାଇଁ ଅନେକ କ୍ରିକେଟରଙ୍କ ଦସ୍ତଖତ ହୋଇଥିବା କ୍ରୀଡା ସାମଗ୍ରୀ ସଂଗ୍ରହ କରିଥିଲେ। ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ୟ୍ୟ କରୁଥିବା ଭିପ୍ଲା ସଂଗଠନ ଦ୍ବାରା ‘କ୍ରିକେଟ୍ ଫର୍ ଚ୍ୟାରିଟି’ ନାମକ ନିଲାମ ଡକାଯାଇଥିଲା । ଯେଉଁ ନିଲାମରେ କୋହିଲଙ୍କ ଜର୍ସି ଏବ ଂଗ୍ଳୋବସ୍ ଚର୍ଚ୍ଚାକୁ ଆସିଥିଲା । ଏହାପରେ ଦେଖାଦେଇଥିଲା ଉତ୍ତେଜନା । କାରଣ ସବୁ ଖେଳାଙ୍କୁ ପଛରେ ପକାଇଥିଲେ ବିରାଟ । କୋହଲି ରାହୁଲଙ୍କୁ ଏକ ସ୍ୱାକ୍ଷରିତ ବିଶ୍ୱକପ ଜର୍ସି ଦେଇଥିଲେ, ଯାହା ୪୦ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଗ୍ଲୋଭ୍ସ ୨୮ଲକ୍ଷ ଟଙ୍କାରେ ବିକ୍ରି ହେଇଥିଲେ । ରାହୁଲ ଏହି ନିଲାମରୁ ମୋଟ ୧.୯୩କୋଟି ଟଙ୍କା ସଂଗ୍ରହ କରିଛନ୍ତି।ଭାରତରେ କ୍ରିକେଟର କ୍ରେଜ୍ ଅଧିକା । ରୋହିତ ଏବଂ ଧୋନି ବିରାଟଙ୍କ ଜର୍ସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିନଥିଲେ । ରୋହିତଙ୍କ ବ୍ୟାଟ୍ ୨୪ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାବେଳେ ଧୋନିଙ୍କ ବ୍ୟାଟ୍ ୧୩ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।ଦନିଲାମରେ ରାହୁଲ ଦ୍ରାବିଡଙ୍କ ବ୍ୟାଟର ମୂଲ୍ୟ ୧୧ଲକ୍ଷ ଟଙ୍କା ଥିଲା। କେ.ଏଲ୍ ରାହୁଲଙ୍କ ଟେଷ୍ଟ ଜର୍ସିର ମୂଲ୍ୟ ୧୧ଲକ୍ଷ ଥିବାବେଳେ ବିଶ୍ୱକପ୍ ବ୍ୟାଟର ମୂଲ୍ୟ ୭ଲକ୍ଷ ଟଙ୍କା ଥିଲା। ଏହାବ୍ୟତୀତ ଜସପ୍ରୀତ ବୁମ୍ରାଙ୍କ ବିଶ୍ୱକପ ଜର୍ସି ୮ଲକ୍ଷ ଟଙ୍କା ଏବଂ ରିଷଭ ପନ୍ତଙ୍କ ଆଇପିଏଲ ବ୍ୟାଟ ୭ଲକ୍ଷ ଟଙ୍କାରେ ନିଲାମ ହେଇଥିଲା। ୱେଷ୍ଟଇଣ୍ଡିଜ କ୍ରିକେଟର ନିକୋଲାସ ପୁରାନଙ୍କ ଆଇପିଏଲ ଜର୍ସି ୪୫ହଜାର ଟଙ୍କା ମୂଲ୍ୟରେ ନିଲାମ ହେଇଥିବା ବେଳେ ଚହଲ ଏବଂ ସଞ୍ଜୁ ସାମସନଙ୍କ ଆଇପିଏଲ୍ ଜର୍ସି ୫୦ହଜାର ଏବଂ ଜୋସ୍ ବଟଲରଙ୍କ ଆଇପିଏଲ୍ ଜର୍ସି ୫୫ହଜାର ଟଙ୍କାରେ ନିଲାମ ହେଇଛି ।ରାହୁଲ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି, ତାଙ୍କର ନିଲାମ ସଫଳ ହୋଇଛି ଏବଂ ସେ ଖୁସି ଯେ ଏହି ସମସ୍ତ ଅର୍ଥ ଅଭାବୀ ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟବହୃତ ହେବ।

 

Related posts

ବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହି

Odisha Sports Bureau

ପୂରନଙ୍କ ପେଟରେ ଅର୍ଶଦୀପଙ୍କ ବଲ୍‌ ଛାପ

Odisha Sports Bureau

ବିଶ୍ୱକପ ପୁର୍ବରୁ ବିରାଟ କହିଲେ ମୋଠାରୁ କିଛି ଆଶା ରଖନି

Odisha Sports Bureau

Leave a Comment