Cricket

ରୋହିତ ଶର୍ମାଙ୍କୁ କିଣିବାକୁ ଚାହୁଁଛି ପଞ୍ଜାବ କିଙ୍ଗସ!

ନୂଆଦିଲ୍ଲୀ: ପ୍ରାୟ ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ଟିମ ଇଣ୍ଡିଆର ଗବର କୁହାଯାଉଥିବା ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବଶର ଘୋଷଣା କରିଛନ୍ତି । ତେବେ ଶିଖର ଧଓ୍ଵନ ସନ୍ନ୍ୟାସ ନେବା ପରେ ପଞ୍ଜାବ କିଙ୍ଗସ ପାଖରେ ଅଧିନାୟକ କେହି ନାହାନ୍ତି । ତେଣୁ ଟିମ୍ ରୋହତି ଶର୍ମାଙ୍କୁ କିଣିବାକୁ ଇଛା କରୁଥିବା ଚୁହାଯାଉଛି । ତେବେ ସେପଟେ ପଞ୍ଜାବ କିଙ୍ଗସ ତରଫରୁ ରୋହିତ ଶର୍ମାଙ୍କୁ ନେଇ ଅନେକ ସଂକେତ ଦିଆଯାଇଥିବା ବେଳେ ଟିମ ସୋସିଆଲ ମିଡିଆ ଢ ରେ ମଧ୍ୟ ପୋଷ୍ଟ ସେୟାର କରିଛି । ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇଥିଲା । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ରୋହିତଙ୍କ ସହିତ ଫ୍ୟାନ୍ସଙ୍କୁ ମଧ୍ୟ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ପସନ୍ଦ ଆସିନଥିଲା । ରୋହିତଙ୍କୁ ପଦରୁ ହଟାଇବା ପାଇଁ କୌଣସି ପ୍ରକାରର ସୂଚନା ନଥିଲା । ତେଣୁ ରୋହିତ ଟିମ୍ ଛାଡିବା ସମ୍ଭାବନା ଅଧିକ ରହିଛି ।
ତେବେ ସେପଟେ ଚର୍ଚ୍ଚା ହେଉଛି ଯେ, ପଞ୍ଜାବ କିଙ୍ଗସ ସହିତ ଯୋଡି ହୋଇପାରନ୍ତି ରୋହିତ ଶର୍ମା । ପ୍ରୀତି ଜିଣ୍ଟା ତାଙ୍କୁ କୌଣସି ବି ପରିସ୍ଥିତିରେ ତାଙ୍କୁ ଟିମରେ ସାମିଲ କରିବାକୁ ଚାହୁଁଛନ୍ତି । ପଞ୍ଜାବ ଟିମ୍ ଏହାକୁ ନେଇ ସଂକେତ ଦେଇଛି । ଅଧିନାୟକ ଭାବେ ରୋହିତଙ୍କ ରେକର୍ଡ ଭଲ ରହିଛି । ଯଦି ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଛାଡନ୍ତି, ତେବେ ଟିମକୁ ବହୁତ କ୍ଷତି ସହିବାକୁ ପଡିବ । ରୋହିତଙ୍କ ସହିତ ଜସପ୍ରୀତ ବୁମରା ଏବଂ ସୂର୍ୟ୍ୟକୁମାର ଯାଦବ ମଧ୍ୟ ଟିମ୍ ଛାଡିପାରନ୍ତି ବୋଲୀ କୁହାଯାଉଛି ।

Related posts

ପୁଣି ବାପା ହେଲେ ବିରାଟ କୋହଲି, ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା

Odisha Sports Bureau

ଟେଷ୍ଟରେ ୧୦୦୦ ରନ ପୂରଣ କଲେ ଶୁଭମନ ଗିଲ୍

Odisha Sports Bureau

ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ତାରିଖ,୧୫ ବଦଳରେ ୧୪ରେ ହେବ ମ୍ୟାଚ

Leave a Comment