Uncategorized

ପ୍ୟାରିସ୍ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଲେ ଭାରତୀୟ ସୁଟର ଅଭନି ଲେଖରା

ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ। ଦ୍ଵିତୀୟ ଦିନରେ ଦୁଇ ଦୁଇଟି ପଦକ ନିଜ ନାଁରେ କରିଛି ଭାରତ। ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ସୁଟର ଅଭନି ଲେଖରା କରିଛନ୍ତି କମାଲ ।  ଅଭନି ମହିଳାଙ୍କ ୧୦ ମିଟର ଏୟାର ରାଇଫଲ (SH 1) ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଭନି ପାରାଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ମୋନା ଅଗ୍ରୱାଲ କାଂସ୍ୟ ପଦକ ଜିତିଛନ୍ତି । ଏହି ଦୁଇ ପଦକ ସହ ଚଳିତ ପାରାଅଲିମ୍ପିକ୍ସରେ ଭାରତର ଖାତା ଖୋଲିଛି । ଭାରତ ପାଖରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ରହିଛି ।

୨୨ ବର୍ଷୀୟ ଅଭନି ଫାଇନାଲରେ ୨୪୯.୭ ଅଙ୍କ ହାସଲ କରିଥିଲେ, ଯାହା ପାରାଅଲିମ୍ପିକ୍ସର ରେକର୍ଡ । ବ୍ରୋଞ୍ଜ ବିଜେତା ମୋନା ୨୨୮.୭ ଅଙ୍କ ସ୍କୋର କରିଥିଲେ । ଅଭନି ଟୋକିଓ ପାରାଅଲିମ୍ପିକ୍ସ (୨୦୨୦)ରେ ମଧ୍ୟ ସମାନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ । ଏବେ ସେ ନିଜ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି ।

Related posts

surjit baba

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau

The Positive inpact of Online Table Games

surjit baba