Uncategorized

ମହିଳା ୧୦୦ ମିଟର ଦୌଡର ଭାରତର ପ୍ରୀତି ପାଲ ଆଣିଲେ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ବଢିଲା ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା । ୨୦୨୪ ପାରା ଅଲିମ୍ପିକ୍ସରେ ପ୍ରୀତି ପାଲ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୧୦୦ ମିଟର ଟି-୩୫ ବର୍ଗ ଦୌଡରେ ପଦକ ଜିତିଛନ୍ତି। ଆଜି ଭାରତର ଏହା ତୃତୀୟ ପଦକ। ପାରାଲିମ୍ପିକ୍ ଗେମ୍ସର ଟ୍ରାକ୍ ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିବାରୁ ପ୍ରୀତି ଇତିହାସ ସୃଷ୍ଟି କରିଛନ୍ତି। ଟି-୩୫ ବର୍ଗର ମହିଳା ୧୦୦ ମିଟର ଦୌଡର ଫାଇନାଲରେ ଭାରତର ପ୍ରୀତି ପାଲ ୧୪.୨୧ ସେକେଣ୍ଡରେ ଦୌଡକୁ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ତେବେ ପଦକ ତାଲିକାରେ ଭାରତର ପ୍ରଥମ, ଦ୍ୱିତୀୟ ଏବଂ ବର୍ତ୍ତମାନ ତୃତୀୟ ପଦକ ହାସଲ କରିସାରିଲାଣି । ପ୍ରୀତିଙ୍କ ପୂର୍ବରୁ ଅବନୀ ଲେଖରା ଏବଂ ମୋନା ଅଗ୍ରୱାଲ ସୁଟିଂରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବ ଆଣିଛନ୍ତି ।

 

Related posts

ଦକ୍ଷିଣ ଏସୀୟ ଆଥଲେଟିକ୍ସରେ ରୌପ୍ୟ ଜିତିଲେ ଓଡିଆ ପୁଅ ପ୍ରତୀକ ମହାରଣା

Odisha Sports Bureau

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ

Odisha Sports Bureau

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା