Uncategorized

ମହିଳା ୧୦୦ ମିଟର ଦୌଡର ଭାରତର ପ୍ରୀତି ପାଲ ଆଣିଲେ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ବଢିଲା ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା । ୨୦୨୪ ପାରା ଅଲିମ୍ପିକ୍ସରେ ପ୍ରୀତି ପାଲ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୧୦୦ ମିଟର ଟି-୩୫ ବର୍ଗ ଦୌଡରେ ପଦକ ଜିତିଛନ୍ତି। ଆଜି ଭାରତର ଏହା ତୃତୀୟ ପଦକ। ପାରାଲିମ୍ପିକ୍ ଗେମ୍ସର ଟ୍ରାକ୍ ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିବାରୁ ପ୍ରୀତି ଇତିହାସ ସୃଷ୍ଟି କରିଛନ୍ତି। ଟି-୩୫ ବର୍ଗର ମହିଳା ୧୦୦ ମିଟର ଦୌଡର ଫାଇନାଲରେ ଭାରତର ପ୍ରୀତି ପାଲ ୧୪.୨୧ ସେକେଣ୍ଡରେ ଦୌଡକୁ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ତେବେ ପଦକ ତାଲିକାରେ ଭାରତର ପ୍ରଥମ, ଦ୍ୱିତୀୟ ଏବଂ ବର୍ତ୍ତମାନ ତୃତୀୟ ପଦକ ହାସଲ କରିସାରିଲାଣି । ପ୍ରୀତିଙ୍କ ପୂର୍ବରୁ ଅବନୀ ଲେଖରା ଏବଂ ମୋନା ଅଗ୍ରୱାଲ ସୁଟିଂରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବ ଆଣିଛନ୍ତି ।

 

Related posts

ଦୁବାଇରେ ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ହକି ଇଣ୍ଡିଆ ବିଶ୍ୱକପ ପାଇଁ ୧୮ ଜଣିଆ ଟିମ୍ ଘୋଷଣା

Odisha Sports Bureau