Uncategorized

ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ

ବ୍ୟୁରୋ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ । ମହିଳା ୨୫ ମିଟର ପିସ୍ତଲ ଟିମ ଇଭଣ୍ଟେରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ମହିଳା ସୁଟିଂରେ ସୁଟର ସିପ୍ତ କୌର ସାମ୍ରା ସ୍ୱର୍ଣ୍ଣ ଜିତିଛନ୍ତି । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ଆଶି ଚୋକସି । ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି । ଚତୁର୍ଥ ଦିନ ଆରମ୍ଭରୁ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ମାନୁ ଭାକର, ଇଶା ସିଂହ ଓ ଆର. ସାଙ୍ଗୱାନ ଶୁଟିଂରେ ସ୍ୱର୍ଣ୍ଣ ହାସଲ କରିଥିଲେ । ୩ଟି ‘ରାପିଡ୍ ରାଉଣ୍ଡ୍’ରେ ମନୁ ଭାକର୍ ୯୯, ୯୯ ଓ ୧.୯୮ ସ୍କୋର୍ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି। ସେହିପରି ମହିଳା ୫୦ମି ରାଇଫଲ ୩ ପୋଜିସନ ଟିମ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିବା ସହ ଭାରତର ପଏଣ୍ଟ ଟେବୁଲରେ ୬ ସ୍ଥାନରେ ରହିଛି ।

Related posts

୩୭ତମ ଜାତୀୟ କ୍ରୀଡାରେ ଓଡିଶାକୁ ୫୮ଟି ପଦକ

Odisha Sports Bureau

ଆସନ୍ତା ୯ରୁ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌

Odisha Sports Bureau

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

Odisha Sports Bureau