Cricket

ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ: କମାଲ କଲେ ଭାରତୀୟ ମହିଳା ବୋଲର । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପର ୭ମ ମ୍ୟାଚରେ କମାଲ ଦେଖାଇଛନ୍ତି ଭାରତୀୟ ଦଳ । ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳୁଥିଲା ଭାରତ । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୫ ରନ କରିବା ସହ ଭାରତ ଆଗରେ ୧୦୬ ରନର ଲକ୍ଷ୍ୟ ରଖିଛି ।
ସୂଚାନା ଅନୁଯାୟୀ, ପାକିସ୍ତାନ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ପାକିସ୍ତାନର ବ୍ୟାଟରମାନଙ୍କୁ ଚାପରେ ରଖିଥିଲେ । ପାକିସ୍ତାନ ମାତ୍ର ୧ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କେବଳ ନିଦା ଦର୍ ସର୍ବାଧିକ ୨୮ ରନ ଓ ମୁନିବା ଅଲ୍ଲି ୧୭ ରନ ଓ ସଇଦା ଆୟୁବ ୧୪ ରନ କରିଥିଲେ । ସେହିପରି ଫାତିମା ସାନା ୧୩ ରନ କରିଥିଲେ ।
ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ୩ଟି ଓ୍ବିକେଟ ନେଇଥିବାବେଳେ ଶ୍ରେୟଙ୍କା ପାଟିଲ୍ ୨ଟି ଓ୍ବିକେଟ ନେଇଥିଲେ । ଆଶା ଶୋଭନା, ରେଣୁକା ସିଂ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

Related posts

ଭାରତର ୨୩୮ ରନ୍‌ର ବିଶାଳ ସ୍କୋର, ଅଭିଷେକ ଶର୍ମାଙ୍କ ୮୪ ରନ୍‌ର ଧୂଆଁଧାର ଇନିଂସ

Odisha Sports Bureau

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

Odisha Sports Bureau

ନକ୍ଆଉଟ ମୁକାବିଲା ଆରମ୍ଭ; ଟସ୍ ଜିତି ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ଭାରତ

Odisha Sports Bureau