Cricket

ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ: କମାଲ କଲେ ଭାରତୀୟ ମହିଳା ବୋଲର । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପର ୭ମ ମ୍ୟାଚରେ କମାଲ ଦେଖାଇଛନ୍ତି ଭାରତୀୟ ଦଳ । ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳୁଥିଲା ଭାରତ । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୫ ରନ କରିବା ସହ ଭାରତ ଆଗରେ ୧୦୬ ରନର ଲକ୍ଷ୍ୟ ରଖିଛି ।
ସୂଚାନା ଅନୁଯାୟୀ, ପାକିସ୍ତାନ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ପାକିସ୍ତାନର ବ୍ୟାଟରମାନଙ୍କୁ ଚାପରେ ରଖିଥିଲେ । ପାକିସ୍ତାନ ମାତ୍ର ୧ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କେବଳ ନିଦା ଦର୍ ସର୍ବାଧିକ ୨୮ ରନ ଓ ମୁନିବା ଅଲ୍ଲି ୧୭ ରନ ଓ ସଇଦା ଆୟୁବ ୧୪ ରନ କରିଥିଲେ । ସେହିପରି ଫାତିମା ସାନା ୧୩ ରନ କରିଥିଲେ ।
ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ୩ଟି ଓ୍ବିକେଟ ନେଇଥିବାବେଳେ ଶ୍ରେୟଙ୍କା ପାଟିଲ୍ ୨ଟି ଓ୍ବିକେଟ ନେଇଥିଲେ । ଆଶା ଶୋଭନା, ରେଣୁକା ସିଂ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

Related posts

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନର

Odisha Sports Bureau

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ଧୋନୀଙ୍କ ଅନୁପସ୍ଥିତିରେ ୪ର୍ଥ ଦିନିକିଆରେ ଅସହଜ ମନେ କଲେ: ବିରାଟ

Odisha Sports Bureau