Tennis

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

ନିଜର ଅବସର ଘୋଷଣା କଲେ ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ୍ ନାଡାଲ । ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଡାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ।
୪ ବର୍ଷ ତଳେ ସ୍ଵିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସନ୍ନ୍ୟାସ ନେଇଥିଲେ। ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି।

Related posts

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ

ଇଣ୍ଡିଆନ୍ ୱେଲ୍ସ: ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଲେ ଥିଏମ୍

Odisha Sports Bureau

ବିଦାୟ ନେଲେ ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର

Odisha Sports Bureau

Leave a Comment