Cricket

ସିସି ଅଣ୍ଡର-୧୯ ଏସିଆ କପ୍ ମ୍ୟାଚରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ

ନୂଆଦିଲ୍ଲୀ: ସେମିଫାଇନାଲରେ ଭାରତୀୟ ଦଳ । ସିସି ଅଣ୍ଡର-୧୯ ଏସିଆ କପ୍ ମ୍ୟାଚରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ୟୁଏଇକୁ ୧୦ ୱିକେଟ୍ରେ ପରାସ୍ତ କରି ଭାରତ ସେମିରେ ଏଣ୍ଟ୍ରି କରିଛି ।
ସୂଚନା ଅନୁଯାୟୀ, ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ୟୁଏଇ ଟିମ୍ ୪୪ ଓଭରରେ ୧୩୭ ରନ୍ରେ ସୀମିତ ହୋଇଥିଲା । ଭାରତ ପାଇଁ ଯୁଦ୍ଧଜିତ୍ ଗୁହା ସର୍ବାଧିକ ତିନି ୱିକେଟ୍ ନେଇଥିବା ବେଳେ ଚେତନ ଶର୍ମା ଏବଂ ହାର୍ଦ୍ଦିକ ରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ୟୁଏଇର ୧୩୭ ରନ୍ ଜବାବରେ ଭାରତ ୧୬.୧ ଓଭରରେ ୧୪୩ ରନ୍ କରି ମ୍ୟାଚ୍ ନିଜ ନାଁରେ କରିଛି । ଭାରତ ପାଇଁ ମାତ୍ରେ ୬୭ ରନ୍ ଏବଂ ଚର୍ଚ୍ଚିତ ଯୁବ ବ୍ୟାଟର ସୂର୍ୟ୍ୟବଂଶୀ ୭୬ ରନ୍ କରିଛନ୍ତି । ଦୁଇ ଓପନର ଭାରତ ପାଇଁ ଜବରଦସ୍ତ ବ୍ୟାଟିଂ କରି ଟିମକୁ ସହଜ ବିଜୟ ଦେଇଛନ୍ତି ।

 

Related posts

ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

Odisha Sports Bureau

ଆଜିର ଦିନରେ କିକ୍ରେଟର ଆରମ୍ଭ

Odisha Sports Bureau