Cricket

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି  ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ । ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। ଏହି ସମୟ ମଧ୍ୟରେ କୌଣସି କ୍ଷତି ଉଇକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୨୮ ରନ ସ୍କୋର କରିଥିଲା।

ଶନିବାର ଟିକେଟ୍‌ କରିଥିବା ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପ୍ରଦାନ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆର ଫେରସ୍ତ ନୀତି ଅନୁଯାୟୀ ଯଦି ଗୋଟିଏ ଦିନରେ ୧୫ ଓଭରରୁ କମ ଖେଳାଯାଏ ଏବଂ କୌଣସି ଫଳାଫଳ ନ ଥାଏ, ତେବେ ଦର୍ଶକମାନେ ପୁରା ଟଙ୍କା ଫେରସ୍ତ ପାଆନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଭାରତୀୟ ସମୟ ସକାଳ ୫.୫୦ରେ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଦିନର ମ୍ୟାଚ ଅଧ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଟୁଇଟ କରି କହିଛି – ବର୍ଷା ହେତୁ ବ୍ରିସବେନ୍‌ରେ ପ୍ରଥମ ଦିନର ଖେଳ ଆଜି ବନ୍ଦ ହୋଇଯାଇଛି। ଆସନ୍ତାକାଲି ଖେଳ ଏବଂ ପରବର୍ତ୍ତୀ ସମସ୍ତ ଦିନ ସ୍ଥାନୀୟ ସମୟ ୯.୫୦ରେ ଆରମ୍ଭ ହେବ (ଭାରତୀୟ ସମୟ ସକାଳ ୫.୨୦) ଆରମ୍ଭ ହେବ।

 

Related posts

ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନେଇ ଅନିଶ୍ଚିତତା

Odisha Sports Bureau

୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କଲା ରାଜସ୍ଥାନ ଟିମ୍

Odisha Sports Bureau

ମେସି ବର୍ଷର ଶ୍ରେଷ୍ଠ ଆଥଲେଟ

Odisha Sports Bureau