Cricket

ଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦ

ନୂଆଦିଲ୍ଲୀ; ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ IPL । ଇଣ୍ଡିଆନ ପ୍ରମିୟମ୍ ର IPL ଶୁଭାରମ୍ଭକୁ ନେଇ ଉତ୍ସାହିତ ଯେତିକି ଖେଳାଳୀ ଅଛନ୍ତି ସେତିକି କ୍ରିକେଟ୍ ପ୍ରେମୀ ମଧ୍ୟ ରହିଛନ୍ତି । ଏଥର ପ୍ରଥମ ମ୍ୟାଚ୍ କୋଲକତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ମେ ୨୫ରେ ଖେଳାଯିବ । ଏହାସହିତ ୧୦ ଟି ଟିମ୍ ମଧ୍ୟରେ ଫାଇନାଲ ୭୪ଟି ମ୍ୟାଚ୍ ଖୋଳାଯିବ । କିନୁ ଆଜି ଆମେ ଆଇପିଏଲକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ । ତେବେ ଆଇପିଏଲ ଯେତିକି ରୋମାଞ୍ଚକର ସେତିକି ବିବାଦ ମଧ୍ୟ ରହିଛି । ୨୦୧୩ ମସିହା ଆଇପିଏଲରେ ହରଭଜନ ସିଂ ଏବଂ ଏସ,ଶ୍ରୀସନ୍ଥଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ମୁମ୍ବାଇ ଓ ପଞ୍ଜାବ ମ୍ୟାଚରେ ମୁମ୍ବାଇ ହାରିବା ପରେ ଶ୍ରୀସନ୍ଥ ହରଭଜନଙ୍କୁ ‘ହାର୍ଡଲକ୍ ବୋଲି କହିଥିଲେ ।ଏହାପରେ ପଡ଼ିଆରେ ଭଜି ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ । ଏହି ହରକତ ପାଇଁ ଭଜିଙ୍କୁ ବିସିସିଆଇ ୫ଟି ଦିନିକିଆରୁ ବାହାର କରିଦେଇଥିଲା । ମାତ୍ର ଦୁହେଁ ଭଲ ବନ୍ଧୁ ପାଲଟି ଯାଇଥିଲେ ।

ସେହିପରି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଫସିଥିଲେ । ଜାଡେଜା ରାଜସ୍ଥାନ ପାଇଁ ଖେଳୁଥିବାବେଳେ ନିଜର ଫ୍ରାଞ୍ଚାଇଜିକୁ ନ ବତାଇ ମୁମ୍ବାଇ ସହ ଯୋଡି ହେବାକୁ ପ୍ରୟାସ କରିଥିଲେ । ଏହି ଖବର ରାଜସ୍ଥାନ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପାଇବା ପରେ ଜାଡେଜା ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ତାଙ୍କୁ ୧ ବର୍ଷ ପାଇଁ ବ୍ୟାନ କରାଯାଇଥିଲା ।

ଖାଲି ସେତିକି ନୁହେଁ , ୨୦୧୩ ସିଜିନ ସ୍ପଟ ଫିକ୍ସିଂ ଓ ବେଟିଂକୁ ନେଇ ର୍ଚ୍ଚାରେ ରହୁଥିଲେ । ଏବଂ ବେଟିଂ ମାମଲାରେ ଚେନ୍ନାଇର ମାଲିକ ଏନ ଶ୍ରୀନିବାସନଙ୍କ ଜ୍ୱାଇଁ ଗୁରୁନାଥ ମୟପ୍ପନ ଓରାଜସ୍ଥାନ ରୟାଲ୍ସର ମାଲିକ ରାଜ କୁନ୍ଦ୍ରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେଥିପାଇଁ ରାଜସ୍ଥାନ ଓ ଚେନ୍ନାଇକୁ ଦୁଇ ବର୍ଷ (୨୦୧୬-୨୦୧୭) ପାଇଁ ବ୍ୟାନ କରାଯାଇଥିଲା

Related posts

ପ୍ରଥମ ଇଂନିସାର ୧୫୦ ରନରେ ଅଲଆଉଟ ହେଲା  ଭାରତୀୟ ଦଳ

Odisha Sports Bureau

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକା

Odisha Sports Bureau

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ