Cricket

କାହିଁକି ରିଙ୍କୁଙ୍କୁ ଚାପୁଡା ମାରିଲେ କୁଳଦୀପ୍?

ନୂଆଦିଲ୍ଲୀ; ରିଙ୍କୁଙ୍କୁ ଚାପୁଡା ମାରିଲେ କୁଳଦୀପ୍ । ହେଲେ କାହିଁକି ମାରିଲେ ଚାପୁଡା । ଚାପୁଡା ଥରେ ନୁହେଁ ଦୁଇ ଥର ମାରିଛନ୍ତି । ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ । ଏହି ମ୍ୟାଚ୍ ପରେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଳଦୀପ୍ ୟାଦବ୍ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟର ରିଙ୍କୁ ସିଂହଙ୍କୁ ଚାପୁଡା ମାରିଛନ୍ତି ।

ଚାପୁଡା ମାରୁଥିବା ଦୃଶ୍ୟ ଲାଇଭ ଟେଲିଭିଜନରେ କଏଲ ହୋଇଥିଲା । ଯାହା ଏବେ ଭାଇରାଲ ହେବା ସହ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ଭାଇରାଲ ହେଉଥିବା ଭିଡିଓରେ କୁଳଦୀପ୍ , ରିଙ୍କୁ ଏବଂ ଆଉ କିଛି ଖେଳାଳି ବାଉଣ୍ଡରି ନିକଟରେ ମଜାମସ୍ତି କରୁଥିବାର ନଜିର ରହିଛି । ହେଲେ ହଠାତ ଚାପୁଡାଟି ମାରିଦେଇଥିଲେ କୁଳଦୀପ୍ ।

ଏଥିନେଇ ରିଙ୍କୁ ଆଶ୍ଚର୍ୟ୍ୟଚକିତ ହେବା ସହ ଲାଜରେ ତାଙ୍କ ମୁହଁ ଶୁଖି ଯାଇଥିଲା। ତେବେ କୁଲଦୀପ ସେତିକିରେ ଅଟକି ନଥିଲେ। ସଙ୍ଗେସଙ୍ଗେ ରିଙ୍କୁଙ୍କୁ ଆଉ ଏକ ଚାପୁଡ଼ା ମାରିଥିଲେ। ଯାହାକୁ ନେଇ କେକେଆର୍‌ ବ୍ୟାଟର୍‌ ରିଙ୍କୁ ବିରକ୍ତ ହୋଇଥିଲେ। କିନ୍ତୁ ଭିଡିଓରେ କୌଣସି ଶବ୍ଦ ନଥିଲା କି ଭାଷ୍ୟକାର ଏହାକୁ ନେଇ କିଛି ଆଲୋଚନା କରି ନଥିଲେ।

ଫଳରେ କୁଲଦୀପଙ୍କ ଚାପୁଡ଼ା ମାରିବାର ରହସ୍ୟ ରହିସ୍ୟରେ ହିଁ ରହିଗଲା। କୁଲଦୀପଙ୍କୁ କିଛି ପ୍ରଶଂସକ ଛି ଛି କରିବା ସହ ବିସିସିଆଇ ଏହା ଉପରେ କିଛି କାର୍ୟ୍ୟନୁଷ୍ଠାନ ନେଉ ବୋଲି କିଛିଦାବି କରିଥିଲେ। ହେଲେ ଏହାପରେ କୁଲଦୀପ ଓ ରିଙ୍କୁ ତାଙ୍କ ଭିତରେ କିଛି ଫାଟ ନଥିବା କହିଛନ୍ତି।

Related posts

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ !

Odisha Sports Bureau

ଆଜିର ଦିନରେ କ୍ରିକେଟ୍ ଜଗତର ‘ଭଗବାନ୍’ କ୍ରିକେଟରୁୁ ନେଇଥିଲେ ସନ୍ୟାସ

Odisha Sports Bureau