Cricket

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ-: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ । ମେ’ ୨୯ରେ କ୍ୱାଲିଫାୟର ଏବଂ ମେ’ ୩୦ରେ ଏଲିମିନେଟର ମ୍ୟାଚ ଖେଳାଯିବ । ଜୁନ ୧ରେ କ୍ୱାଲିଫାୟର-୨ ମ୍ୟାଚ ଅନୁଷ୍ଠିତ ହେବ ଏବଂ ଜୁନ ୩ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି ।

ତେବେ ଆଇପିଏଲ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଆଜି ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକାତା ନାଇଟ ରାଇଡର୍ସ (କେକେଆର)। ଅପ୍ରତ୍ୟାଶିତଭାବେ ୧୦ ଦିନର ବ୍ରେକ୍‌ ପରେ ଆରସିବି ଓ କେକେଆର ନିଜ ନିଜର ରଣନୀତିକୁ ନେଇ ପଡ଼ିଆକୁ ଓହ୍ଲାଇବେ । ତେବେ ଉଭୟ ଦଳର ଗୋଟିଏ ଲକ୍ଷ୍ୟ ରହିବ । ତାହା ହେଲା ପ୍ଲେ-ଅଫ୍‌ ଯୋଗ୍ୟତା । ଆରସିବି ଏବେ ୧୧ ମ୍ୟାଚରୁ ୧୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଉ ଗୋଟିଏ ବିଜୟ ଦଳର ପ୍ଲେଅଫ୍‌ ଯୋଗତା ପାଇଁ ପର୍ଯ୍ୟାପ୍ତ ହେବ । ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ କେକେଆର ୧୨ ମ୍ୟାଚରୁ ୧୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଦଳକୁ ଅବଶିଷ୍ଟ ଥିବା ସବୁ ମ୍ୟାଚ ଜିତିବାକୁ ହେବ ।

Related posts

ବେଙ୍ଗାଲୁରୁ ଦଳାଚକଟା ଘଟଣା ପାଇଁ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

୧୫ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ଫେରିବେ ବିରାଟ କୋହଲି

Odisha Sports Bureau

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ୧୦ତମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

Odisha Sports Bureau