Cricket

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ୧୦ତମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗତ କିଛି ମାସ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଯାହା ତାଙ୍କ କ୍ୟାରିୟର ମାନ୍ୟତା ଉପରେ ପ୍ରଭାବ ପକାଇଛି । ୪ ବର୍ଷ ପରେ ସୂର୍ଯ୍ୟକୁମାର ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାର ୧୦ମ ସ୍ଥାନକୁ ଖସି ଆସିଛନ୍ତି । ଆଇସିସି ପକ୍ଷରୁ ବୁଧବାର ପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ୧୦ତମ ସ୍ଥାନକୁ ଖସି ଆସିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ବିଫଳ ହେବା ପରେ ମାନ୍ୟତାର ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ୨୦୨୩ର ସୂର୍ଯ୍ୟକୁମାର ୯୧୨ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲେ । ୨୦୨୫ରେ ସୂର୍ଯ୍ୟକୁମାର ୧୮ଟି ଇନିଂସରୁ ୨୧୩ରନ କରିଛନ୍ତି । ଭାରତୀୟ ଓପନର ଅଭିଷେକ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଇଂଲଣ୍ଡର ଫିଲ ସଲ୍ଟ ଦ୍ବିତୀୟ, ଶ୍ରୀଲଙ୍କାର ପ୍ରଥୁମ ନିଶଙ୍କା ତୃତୀୟ, ଭାରତୀୟ ବ୍ୟାଟ୍‌ସମ୍ୟାନ ତିଳକ ବର୍ମା ୬ଷ୍ଠରୁ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ତିଳକ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ୩ଟି ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହ ୧୧୪ରନ କରିଛନ୍ତି । ଉକ୍ତ ପ୍ରଦର୍ଶନ ବଳରେ ତିଳକ ମାନ୍ୟତାର ଉପରକୁ ଉନ୍ନୀତ ହୋଇଛନ୍ତି ।

Current World Number 1 T20 Batsman

Related posts

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶୁଭମନ, ଗୌହାଟୀ ଟେଷ୍ଟ ଖେଳିବାର ସମ୍ଭାବନା କମ ; ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ କି?

Odisha Sports Bureau

ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର

Odisha Sports Bureau

କଳା ପଟି ପିନ୍ଧି ମ୍ୟାଚ ଖେଳିଲେ ଭାରତୀୟ ଦଳ

Odisha Sports Bureau