Formula 2 Race

ମୋନାକୋରେ ଫର୍ମୂଲା-୨ ଗ୍ରାଣ୍ଡ ପ୍ରି ରେସ ଜିତିଲେ କୁଶ ମୈନି

ନୂଆଦିଲ୍ଲୀ-: ୨୪ବର୍ଷୀୟ ଭାରତୀୟ ରେସର କୁଶ ମୈନି ଇତିହାସ ରଚିଛନ୍ତି। ବିଶ୍ୱର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ପ୍ରତିଷ୍ଠିତ ଫର୍ମୂଲା-୨ ଗ୍ରାଣ୍ଡ ପ୍ରି ରେସରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଭାବେ ଜିତିଛନ୍ତି କୁଶ ମୈନି । ମୋନାକୋରେ ଏହି ରେସ ଜିତିବା ସହିତ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ ରେସର । କୁଶଙ୍କ ଏହି ବିଜୟ ପ୍ରମାଣିତ କରୁଛି ଯେ ଏବେ ଭାରତୀୟ ରେସର୍ସମାନେ ମଧ୍ୟ ଅନ୍ତର୍ଜାତୀୟ ମୋଟରସ୍ପୋର୍ଟସରେ ନିଜର ଛାପ ଛାଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଆଲପିନ ଫର୍ମୂଲା-୧ ଟିମର ରିଜର୍ଭ ଡ୍ରାଇଭର କୁଶ ମୈନି ପୋଲ ପୋଜିସନରୁ ହିଁ ରେସ ଆରମ୍ଭ କରିଥିଲେ । ଡାମ୍ସର ଏହି ଡ୍ରାଇଭର ଚମତ୍କାର ନିୟନ୍ତ୍ରଣ ଦେଖାଇବାରେ ସକ୍ଷମ ହୋଇଥିଲେ। ସମସ୍ତ ୩୦ଟି ଯାକ ଲାପରେ ଅଦ୍ଭୂତପୂର୍ବ ନିୟନ୍ତ୍ରଣ ସହିତ ପ୍ରଥମ ସ୍ଥାନରେ ରହି ସେ ପୋଡିୟମ ଫିନିଶ କରିଥିଲେ । ୨୪ ବର୍ଷୀୟ କର୍ଣ୍ଣାଟକ ଡ୍ରାଇଭର ଜଣଙ୍କର ଏଭଳି ସଫଳତା କାରଣରୁ ପ୍ରଥମ ଥର ଫର୍ମୂଲା-୨ ରେସରେ ଭାରତୀୟ ଜାତୀୟ ସଙ୍ଗୀତ ଶୁଣିବାକୁ ମିଳିଥିଲା । କୁଶ ଏହି ସଫଳତାକୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ବୋଲି ବର୍ଣ୍ଣନା କରିଛନ୍ତି ।

Leave a Comment