Cricket

ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ-: ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ । ରୋଜର ବିନ୍ନିଙ୍କ ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନ୍ତରୀଣ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଳା । ବିସିସିଆଇର ସଭାପତି ଥିବା ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ପରେ ରାଜୀବ ଶୁକ୍ଳା ୩ ମାସ ପାଇଁ ବିସିସିଆଇର ଅନ୍ତରୀଣ ସଭାପତି ହୋଇପାରନ୍ତି ।

ସୂଚନା ଅନୁସାରେ, ବିସିସିଆଇର ସଭାପତି ପଦ ଛାଡ଼ିବେ ରୋଜର ବିନ୍ନି । ତାଙ୍କ ସ୍ଥାନରେ ରାଜୀବ ଶୁକ୍ଳା ୩ ମାସ ପାଇଁ ନୂଆ ସଭାପତି ଭାବେ କାର୍ଯ୍ୟ କରିବେ। ବିସିସିଆଇ ସମ୍ବିଧାନ ଅନୁସାରେ ସଭାପତି ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ ଅଟେ । ୭୦ ବର୍ଷ ପ୍ରାପ୍ତପରେ କୌଣସି ବ୍ୟକ୍ତି ବୋର୍ଡର କୌଣସି ପଦ ପଦବୀରେ ରହି ପାରିବେ ନାହିଁ । ବିନ୍ନିଙ୍କୁ ଆସନ୍ତା ମାସରେ ୭୦ ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ନିୟମ ଅନୁସାରେ କାର୍ଯ୍ୟ କାଳ ପୂରଣ ହୋଇ ନଥିଲେ ବି ତାଙ୍କୁ ପଦ ଛାଡ଼ିବାକୁ ପଡ଼ିବ । ସେ ନିଜ ପଦରୁ ଇସ୍ତଫା ଦେବେ । ରାଜୀବ ଶୁକ୍ଳା ମାତ୍ର ୩ ମାସ ସଭାପତି ପଦରେ ରହିବେ । ଏହାପରେ ବିସିସିଆଇ ନୂଆ ନିର୍ବାଚନ ହେବ । ୨୦୨୦ରୁ ରାଜୀବ ବୋର୍ଡର ଉପ ସଭାପତି ରହିଛନ୍ତି । ରାଜୀବ ବୋର୍ଡର ସବୁଠୁ ବରିଷ୍ଠ ଅଧିକାରୀ ହୋଇଥିବାରୁ ବରିଷ୍ଠତା ଦୃଷ୍ଟିରୁ ବିନ୍ନିଙ୍କ ଅବଶିଷ୍ଟ କାର୍ଯ୍ୟକାଳ ସେ ପୂରଣ କରିବେ ।

Related posts

ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହିଳା ଅମ୍ପାୟାର୍ସ ନିଯୁକ୍ତ ହେବେ :ବିସିସିଆଇ

Odisha Sports Bureau

ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତ

Odisha Sports Bureau

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରି

Odisha Sports Bureau